କାଳୁପଡା :ଗୁରୁତର ଯୁବକ କୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

ଖୋର୍ଦ୍ଧା,୧୯।୧୦ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡା ଘାଟ ବଜାର ଅଞ୍ଚଳରେ ମାନସିକ ସ୍ଥିତି ଠିକ ନ ଥିବା ଏକ ବ୍ୟକ୍ତି ଗୁରୁତର ଆଘାତ ହୋଇ ଏକ ଘଞ୍ଚ ବୁଦା ଭିତରେ ପଡିଥିଲା । ଏହି ଖବରକୁ କେହି ସ୍ଥାନୀୟ ବ୍ୟକ୍ତି ଟାଙ୍ଗୀ ପୋଲିସର ନଜରକୁ ଆଣିଥିଲେ ଅଥଚ ଟାଙ୍ଗୀ ପୋଲିସ ଆହତ ବ୍ୟକ୍ତିଙ୍କ ସେବା କରିବା ଦୂରର କଥା ରୋଗୀ ଟିକୁ ଛାଡି ଦେଇ ଚାଲିଯାଇ ଥିଲେ। ଏ ସମ୍ପର୍କରେ ସ୍ଥାନୀୟ କିଛି ଯୁବକଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ଉଧାର କରି ଏକ ସୁରକ୍ଷିତ ସ୍ଥାନରେ ରଖିଥିଲେ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ଗ୍ରୁପର ନଜରକୁ ଆଣିଥିଲେ ପରବର୍ତ୍ତୀ ସମୟରେ ଗ୍ରୁପର ଅଧକ୍ଷ ଶିଵ ଶଙ୍କର ଦାସଙ୍କ ତତ୍ୱାବଧାନରେ ଏକ ଦଳ ସ୍ଥାନୀୟ କାଳୁପଡା ଘାଟ ଅଞ୍ଚଳର କିଛି ସ୍ଥାନୀୟ ଲୋକଙ୍କ ସହ ତାଙ୍କର ଟିମ ଆସି ସମୃକ୍ତ ରୋଗୀକୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଇ ତାର ପ୍ରାଥମିକ ଚିକିତ୍ସା କରି ଖୋର୍ଦ୍ଧା ହସ୍ପିଟାଲରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ବର୍ତ୍ତମାନ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ଅପର ପକ୍ଷେ ରୋଗୀର ସମ୍ପୁର୍ଣ୍ଣ ସୁସ୍ଥ ହେବା ଯାଏଁ ଜଗନ୍ନାଥ ଗ୍ରୁପ କଟକ ବ୍ରହ୍ମପୁର ଶାଖା ପକ୍ଷରୁ ସମସ୍ତ ଖର୍ଚ୍ଚ ଭରଣ କରାଯିବ ବୋଲି ସଙ୍ଘର ସଭାପତି ଶିଵ ଶଙ୍କର ଦାସ ସୂଚନା ଦେଇଛନ୍ତି। ଏହି ମହତ କାର୍ଯ୍ୟରେ ସ୍ଥାନୀୟ ଯୁବକ ବିନୁ ଦାସ, ବାଇନ ଶ୍ରୀଚନ୍ଦନ, ଦୀପକ ନାଥ, ଦେଵ ସେଠୀ, ଅଜୟ ମହାନ୍ତି, ଶକ୍ତି ଆଚାର୍ଯ୍ୟ ଏବଂ ନିଲୁ ସାହୁ ପ୍ରମୁଖ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିବା ସହ ରୋଗୀଟିର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।