ରାୟଗଡା,୧୮।୨୦: (ସିଦ୍ଧାର୍ଥ ଦାଶ) ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ଅବକାରୀ ଉପ ନିରୀକ୍ଷକ ମାଧବ କୌଶଲ୍ୟାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପୁରୁଣା ଗୁଣୁପୁର ମୁଖ୍ୟ ରାସ୍ତାରେ ରବି ଲୋକଣ୍ଡା ନାମକ ଜଣେ ଯୁବକ ମହୁଲି ମଦ 3 ଗୋଟି ପ୍ଲାଷ୍ଟିକ ଜାରରେ ମୋଟ 60 ଲିଟର ଦେଶୀମଦ ଏକ ଅଟୋରେ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଚଢ଼ାଉକରି ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ । ଏହି ଚଢୋଉରେ ଏଏସଆଇ ଦିବାକର ମହାପାତ୍ର ଏବଂ ହୁଇକା ଜାଗରାଓ, ରମଜାନ ଖାଁ, ଉମେଶ କୁମାରଦୋରା, ମେଲେକା କୁମାରୀ ଓ କରୁଛୁରୀ କିଶୋର ପ୍ରମୁଖ ସାମିଲ ଥିଲେ । ଜବତ ଅଟୋ ରିକ୍ସା ନମ୍ବର AP 31TE 0274 । ଆଗମୀ ଦିନରେ ଏଭଳି ବେଆଇନ ମଦ କାରବାର ବରଦାସ୍ତ କରାଯିବ ନାହିଁ, ଚଢ଼ାଉ ଜୋରଦାର କରାଯିବ ବୋଲି ଉପ ନିରୀକ୍ଷକ ମାଧବ କୌଶଲ୍ୟା ସୂଚନା ଦେଇଛନ୍ତି ।