ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପକ୍ଷରୁ ମାଗଣା ଜଳୀୟ ବାଷ୍ପ ସେବା ସେବା ଆରମ୍ଭ ।

ଗୁଣୁପୁର,୦୧/୧୦(ସିଦ୍ଧାର୍ଥ ଦାଶ) : ଆଜି ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରେ, ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ମାଗଣା ଜଳୀୟ ବାଷ୍ପ ସେବା ଆରମ୍ଭ କରାଯାଇଛି । ନିଜର କାମ ରୁ ଟିକିଏ ଫୁରୁସତ ବାହାର କରି ଏହି ସେବାକୁ ଉପଲବ୍ଧ କରିପାରିବେ ବୋଲି ବିଶ୍ୱ ବିଦ୍ୟାଳୟ ର ସଭାପତି ଡା. ସତ୍ୟ ପ୍ରକାଶ ପଣ୍ଡା ପ୍ରକାଶ କରିଛନ୍ତି, ଏବଂ ଏହା ଦ୍ୱାରା କରୋନା ଭୁତାଣୁ କୁ ନିଷ୍କ୍ରୟ କରାଯାଇପାରିବ , ପ୍ରତ୍ୟହ ଦୁଇ ଥର ସକାଳେ ଏବଂ ସନ୍ଧ୍ୟାରେ ଏହି ଜଳୀୟ ବାଷ୍ପ ନେବା ଦ୍ୱାରା ଆମ୍ଭେ କରୋନା ସଂକ୍ରମଣରୁ ନିଜକୁ ଦୁରେଇ ରଖିପାରିବା ବୋଲି ଶ୍ରୀଯୁକ୍ତ ପଣ୍ଡା ମତବ୍ୟକ୍ତ କରିଛନ୍ତି । ଏହି ସେବା ସମ୍ପୂର୍ଣ ମାଗଣା ହୋଇଥିବା ବେଳେ, ଏହାର ସମ୍ପୂର୍ଣ ଫାଇଦା ଉଠାଇବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି । ଆଜି ପ୍ରାରମ୍ଭ ଦିନରେ ପ୍ରାୟ ଏକ ଶହ ରୁ ଉର୍ଦ୍ଧ ଜନସାଧାରଣ ଏହାର ଫାଇଦା ଉଠାଇଥିଲେ । ବିଶ୍ୱବିଦ୍ୟାଳୟ ର ଉପ ସଭାପତି ଡା.ଚନ୍ଦ୍ର ଧ୍ୱଜ ପଣ୍ଡା,ମହାନିର୍ଦେଶକ ଡା.ଜଗଦୀଶ ପଣ୍ଡା, ରେଜିଷ୍ଟର ଡା. ଏନ.ଭି.ଜେ ରାଓ, ଏହି ଜଳୀୟ ବାଷ୍ପ ନେଇ ବହୁ ଲୋକ କୋରୋନା ଆକ୍ରାନ୍ତ ରୁ ମୁକ୍ତି ପାଇପାରିବେ ଏବଂ, ଆମ୍ଭ ଶ୍ରମ ସାର୍ଥକ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।