ବାଲୁଗାଁ N.A.Cର ଫାଇନ ଆଦାୟରେ ସର୍ବସାଧାରଣଙ୍କ ପ୍ରଶ୍ନ ।

ବାଲୁଗାଁ,୧୯/୦୯ : କରୋନା କୁ କରୁଣା କରୁଥିବା ତଳିଆ କର୍ମଚାରୀଙ୍କର ରାଜକାର୍ଯ୍ୟରେ ନିଦ୍ରା ଯାଇଛନ୍ତି ଅଧିକାରୀ ମାନେ । ଦୀର୍ଘଦିନ ଧରି ଫାଇନ ଆଳରେ କୋଟା ପୁରଣ ପାଇଁ ସର୍ବସାଧାରଣଙ୍କୁ ଶୋଷଣ କରାଯାଉଥିବା ବେଳେ ସର୍ବସାଧାରଣ କହିବୁଲୁଛନ୍ତି “ଆଲୋ ସଖୀ ଆପଣା ମହତ ଆପେ ରଖି” ଫାଇନ ଅଦାୟ ପାଇଁ ଯାଉଥିବା ତଳ ତଳିଆ କର୍ମଚାରିମାନେ ନିଜର ଅଫିସର କ୍ଷମତାକୁ ଦେଖାଇ ହାକିମାତ ଜାହିର କରୁଛନ୍ତି । ଏମାନେ ଚୋର ଚାଣ୍ଡାଳ ମାନଙ୍କ ଠାରୁ ବି ଅଧିକ ଜୋରଜୁଲୁମ କରି ଲୋକଙ୍କୁ ହଇରାଣ କରି ଡକାୟତଙ୍କ ଗୁରୁ ପାଲଟି ଯାଇଛନ୍ତି । ଯେଉଁ ମାନେ ଫାଇନ ଅଦାୟ କରିବାକୁ ଯାଇ ଦାଦାଗିରି କରି ବିନାକାରଣରେ ହଇରାଣ ହରକତ କରୁଛନ୍ତି ସେମାନେ ନିଜେ ନାକ/ପାଟିରେ ମାସ୍କ ପିନ୍ଧୁନାହାନ୍ତି, ଯାହାର ଫଟୋ ଓ ଭିଡିଓ ଆମ୍ଭର ହସ୍ତଗତ ହୋଇଛି । ଏହାଦ୍ଵାରା ପ୍ରଶାସନ ଓ ସରକାରୀ କଳ ଉପରେ ଲୋକଙ୍କ ଆସ୍ଥା ହଜିଯାଉଛି । ଏ ପ୍ରକାର କାର୍ଯ୍ୟକଳାପର ପ୍ରମାଣ ପ୍ରକାଶିତ ହେଲାପରେ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ଉପରିସ୍ଥ ଅଧିକାରୀ କଣ ଜୋରିମାନା ପକାଇ ଦଣ୍ଡିତ କରିବେ ନା ସେମାନଙ୍କ ସହ ସାଲିସ ହୋଇ କରୋନା ଯୁଦ୍ଧରେ ହାରିବାକୁ ଇଚ୍ଛାପ୍ରକାଶ କରି ବେଶି ଦିପଇସାର ଲାଭ ଉଠାଇବେ । ଆହୁରି ମଧ୍ୟ କୁହାଯାଇପାରେ କି ଫାଇନ ଦେବାକୁ ଅରାଜ ମାନଙ୍କୁ ଧମକ ଚମକ ଦିଆଯାଇ ସଡଯନ୍ତ୍ରର ଶିକାର ପରିଣାମର ଅଭିଶାପ ଦିଆଯାଉଛି । ଅନ୍ୟକୁ ସଚେତନ କରିବା ଦୂରର କଥା, ଏଠି କର୍ମଚାରୀମାନେ ନିଜେ ସଚେତନ କଥା ପୋଡି ଖାଇଦେଇଛନ୍ତି, ଲୁଚିଛି ନା ଗୋଡ ଦିଟା ଦିଶୁଛି ନୀତିରେ ଚାଲିଛି ସଚେତନତା । ଏହି ଅଞ୍ଚଳ ମାନଙ୍କରେ Sanitize ନାହିଁ, ସଚେତନତା ନାହିଁ ଖାଲି ଚାଲିଛି ଜୋରିମାନା ଆଦାୟ ।