ବ୍ରହ୍ମପୁର,୦୯।୦୯: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ଙ୍କ ମା ଅପସରି ଜେନାଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ବ୍ରହ୍ମପୁର ବିଲ ସାହି ସ୍ଥିତ ବାସଭବନ ରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ରମେଶ ଜେନାକୁ ଵ୍ରହ୍ମପୁର ସହର ମଧ୍ୟକୁ ପ୍ରବେଶ ପାଇଁ କୋର୍ଟ ଦୀର୍ଘ ବର୍ଷ ଧରି କଟକଣା ଜାରୀ କରିଥିବା ହେତୁ କୋର୍ଟଙ୍କ ବିନା ଅନୁମତିରେ ସେ ସହର ମଧ୍ୟ କୁ ପ୍ରଵେଶ କରି ପାରିବେ ନାହିଁ । ମାତୃ ବିୟୋଗ କୁ ଆଧାର କରି ତାଙ୍କ ଓକିଲ କିଶୋର ବିଶୋଇ, ନିର୍ମଳ ସାହୁ ଏବଂ ସରୋଜ ଗୌଡ଼ ଜିଲ୍ଲା କୋର୍ଟରୁ ଅନୁମତି ଆଣିବା ପରେ ସଂଗେ ସଂଗେ ବିଧାୟକ ରମେଶ ଜେନା ଵ୍ରହ୍ମପୁର ସହରସ୍ଥିତ ବିଲ ସାହି ବାସଭବନରେ ପହଁଚି ନିଜ ମାତୃ ଙ୍କ ଶେଷ ଦର୍ଶନ କରିଥିଲେ । ତେବେ ରମେଶ ଙ୍କ ଓକିଲ ୧୫ ଦିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ୧୩ ଦିନ ପାଇଁ ଆବେଦନକୁ ମଞ୍ଜୁର କରିଛନ୍ତି । ୨୨.୦୯.୨୦ ପର୍ଯ୍ୟନ୍ତ ବିଧାୟକ ରମେଶ ଜେନା ଵ୍ରହ୍ମପୁରରେ ଉପସ୍ଥିତ ରହିପାରିବେ ବୋଲି ସୂଚନା ମିଳିଛି ।