ଅଗଷ୍ଟ ୩୦ରୁ ଏହି ସହରରେ ୭ ଦିନିଆ ସଟ୍‌ଡାଉନ୍‌ ଘୋଷଣା

ଭୁବନେଶ୍ୱର, ୨୮/୦୮: କରୋନା ଭାଇରସ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ୭ ଦିନ ଲାଗି ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଅସନ୍ତା ୩୦ ତାରିଖ ଠାରୁ ସେପ୍ଟେମ୍ବର ୫ ତାରିଖ ଯାଏଁ ସଟ୍‌ଡାଉନ ରହିବ । ତେବେ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ୧୧ ଟା ଯାଏଁ ଖୋଲା ରହିବ । କେବଳ ପାଦଚଳା ଯାତ୍ରୀଙ୍କୁ ଅନୁମୋଦିତ ସମୟ ମଧ୍ୟରେ ଯାତାୟାତ ଅନୁମତି ରହିବ। ବ୍ୟାଙ୍କରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ବ ଦେଇ କାର୍ଯ୍ୟ ପାଇଁ ଅନୁମତି ରହିଛି। ଶିଳ୍ପ ସଂସ୍ଥା ଗୁଡିକ ଶ୍ରମିକ କର୍ମଚାରୀଙ୍କ ଯାତାୟାତ ଲାଗି ସପ୍ତାହନ୍ତ ସଟ୍‌ଡାଉନ୍‌ ଭଳି ବସ ଚଳାଚଳ କରି ପାରିବେ। ରେଳ ଷ୍ଟେସନ ଏବଂ ବିମାନବନ୍ଦରକୁ ଯାତାୟାତ ଲାଗି ଯାତ୍ରୀଙ୍କୁ ଅନୁମତି ରହିବ। ଜରୁରି ସେବା ପ୍ରଦାନକାରଙ୍କ ଯାତାୟାତ ପାଇଁ ଅନୁମତି ରହିବ। କେବଳ ଅନୁମତିପ୍ରାପ୍ତ ଦୋକାନ ଗୁଡିକ ନର୍ଦ୍ଧାରିତ ସମୟରେ ଖୋଲା ରଖିବା ବ୍ୟତୀତ ସମସ୍ତ ଦୋକାନ ବନ୍ଦ ରହିବ। ଭୂଷଣ ଷ୍ଟିଲ କାରଖାନା ଏକ ଝାରସୁଗୁଡାରେ ରହୁଛନ୍ତି ସେମାନେ ୩୧ ତାରିଖ ଠାରୁ ୯ ସେପ୍ଟେମ୍ବର ଯାଏଁ ଦଶ ଦିନ ଲାଗି ଗୃହ ସଙ୍ଗରୋଧରେ ରହିବେ। ଅବଶିଷ୍ଟ ଦୁଇ ତୃତୀୟାଂଶ ଶ୍ରମିକଙ୍କ ପାଇଁ ପର୍ଯ୍ୟାକ୍ରମେ ଦଶ ଦିନିଆଁ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ ହେବ। ଯାହାର ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇ ସାରିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଅଗଷ୍ଟ ୨୭ ତାରିଖ ଯାଏଁ ଜିଲ୍ଲାରେ ୧୦୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ୪୧୫ ଜଣ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।