କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଟ୍ ଡାଉନ୍ ଅବଧି ୩ ଦିନ ବୃଦ୍ଧି

କେନ୍ଦ୍ରାପଡା,୨୫।୦୮: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଟ୍ ଡାଉନ୍ ଅବଧିକୁ ୩ ଦିନ ବୃଦ୍ଧି କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୨୮ରେ ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ ସ୍ଵାଭାବିକ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିବା ଯୋଗୁ ଅଗଷ୍ଟ ୨୧ ଅପରାହ୍ଣ ୪ଟାରୁ ୩ ଦିନ ପାଇଁ ମେଡିକାଲ୍‌କୁ ସଟ୍‌ ଡାଉନ୍‍ ଘୋଷଣା କରାଯାଇଥିଲା। କିନ୍ତୁ ମେଡିକାଲ୍‌ର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, କାଜୁଆଲଟି, ଜରୁରୀ ବିଭାଗ, ଫିଭର୍‌ କ୍ଲିନିକ୍‌କୁ କଟକଣାରୁ ମୁକ୍ତ କରାଯାଇଛି। ଏଥିସହ ଡାକ୍ତରମାନେ ଟିକେଟ୍‍ କାଉଣ୍ଟର ପାଖରେ ଗୁରୁତର ରୋଗୀଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ କୁହାଯାଇଛି।