ଚିଲିକା, ୩୦/୦୭ : ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ନିମିକ୍ଷେତା ଗ୍ରାମ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚାଷଙ୍ଗରାର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଆଗାମୀ ଦିନରେ ସଂକ୍ରମଣ ଭୟାବହକୁ ରୋକିବା ନିମନ୍ତେ ସରପଞ୍ଚ ଅଞ୍ଜଳି ସ୍ଵାଇଁ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରି ଆଜି ୩୦।୦୭।୨୦ ମଧ୍ୟାନ ୧୨ ଟାରୁ ଆସନ୍ତା ୦୨।୦୮।୨୦ ତାରିଖ ମଧ୍ୟାନ ୧୨ ଘଟିକା ପର୍ଯ୍ୟନ୍ତ ନିମିକ୍ଷେତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଷଙ୍ଗରା, ବିରପାଟଣା,ଓସ୍ତାପଲ୍ଲୀ, ନିମାଇମଲ୍ଲ,ପରିଛାପଦର,ଗୌଡଆଙ୍କୁଲା ଏବ॰ ଆଙ୍କୁଲା ଗ୍ରାମକୁ ଆବରୋଧ କେନ୍ଦ୍ର ଘୋଷଣା କରିଛନ୍ତି । ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି |ଏହି ସମୟ ମଧ୍ୟରେ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ସରପଞ୍ଚ ନିର୍ଦେଷ ଦେଇଛନ୍ତି ଓ ଏହାକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଆଦେଶ ଦେଇଛନ୍ତି ।