ବାଣପୁର, ୨୯/୦୭ : ବହୁ ବାଦବିବାଦ ପରେ ପୂର୍ବତନ BDO ମହାଶୟଙ୍କ ବିରୋଦ୍ଧରେ ଦୁର୍ନୀତିର ଅଭିଯୋଗ ପରେ ଓ ବହୁ ସାଧାରଣଙ୍କ ଆଶାନ୍ତିରେ ଚୌକିରୁ ବରଖାସ୍ତର ରୂପନେଲା ବଦଳି ଆଦେଶ । ଉଚ୍ଚସ୍ତରୀୟ ଆଧିକାରୀମାନେ ଏଠାକାର ସାଧାରଣଙ୍କୁ ପ୍ରାଧାନ୍ୟ ଦେଇ ସେମାନଙ୍କର ସେବାରେ ସାମିଲ କରାଇବା ପାଇଁ ଆଜି କଥାକଥିତ ଜଣେ ସଚ୍ଚୋଟ ଆଧିକାରୀ ଶୁଭଶ୍ରୀ ତ୍ରିପାଠୀ OASଙ୍କୁ ନିଯୁକ୍ତି ନିର୍ଦେଶ ଦେଇଛନ୍ତି । BDO ମହାଶୟା ଶୁଭଶ୍ରୀ ତ୍ରିପାଠୀଙ୍କର ଯୋଗଦାନ ପରେ ଚିଲିକା ବିଧାୟକ ଓ ତାଙ୍କର କିଛି ସମର୍ଥକ ମାନଙ୍କ ଦ୍ଵାରା COVID ନିୟମ ପାଳନ କରି ଏକ ନିରାଡମ୍ବର ସ୍ଵାଗତ ସମ୍ବର୍ଦ୍ଧନା ପର୍ବ ପାଳନ କରାଯାଇଛି । ନୂଆ BDOଙ୍କ ଯୋଗଦାନ ପରେ ସାଧାରଣଙ୍କ ମନରେ ଆଶା ଓ ବିଶ୍ବାସ ଜାଗରଣ ହୋଇଛିକି ସେମାନଙ୍କ ସମସ୍ୟାକୁ କର୍ଣପାତ କରି ଦୟାପରବସ ହେବେ BDO ମହାଶୟା । ସାଧାରଣରେ ଚର୍ଚା ହେଉଛି କି ମହାଶୟା ବେଳ ଥାଉ ଥାଉ ବେଣୀ ନ ବାନ୍ଧିଲେ ପୂର୍ବତନ BDOଙ୍କ ଠୁ ଦଶା ବଳିଯିବ ।