ବାଣପୁର,୧୬।୦୭ ଆଜି ବାଣପୁର ବ୍ଳକ ଛକରେ ହଠାତ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ରାତିରେ ବିଦେଶରୁ ଆସି ସଙ୍ଗରୋଧରେ ଥିବା ଏକ ମଦ୍ୟପ ଯୁବକ ଭୋରରୁ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ବାଣପୁର ତହସିଲ କାର୍ଯ୍ୟାଳୟ ସାମନାରେ ବୁଲୁଥିବାବେଳେ ଗ୍ରାମବାସୀ ଓ ପୋଲିସ ତାଙ୍କୁ ପୁଣିଥରେ ଜବରଦସ୍ତି ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି ।
ଘଟଣାକ୍ରମରେ ଭୀମପୁର ଗ୍ରାମର ଜଣେ ବ୍ୟକ୍ତି ଗତକାଲି ବିଦେଶରୁ ଆସି ଗାଲୁଆ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରାତି 2ଟାରେ ପହଞ୍ଚିଥିଲେ । କିନ୍ତୁ ଆସିବା ସମୟରେ ସେ ଅତ୍ୟଧିକ ମଦ୍ୟପାନ କରିଥିବାବେଳେ ଅନ୍ୟ ଅନ୍ତେବାସୀମାନେ ବିରକ୍ତ ହୋଇଥିଲେ । କିନ୍ତୁ ସକାଳୁ ସେ ପଛପାଖ ବାଡ ଡେଇଁ ଫେରାର ହୋଇ ବାଣପୁର ତହସିଲ ପାଖେ ବୁଲୁଥିବାବେଳେ ଗ୍ରାମବାସୀମାନେ ପୋଲିସକୁ ଖବର ଦେବାରେ ପୋଲିସ ଆସି ଯୁବକକୁ ନେବାରେ ସେ ସଙ୍ଗରୋଧ କେନ୍ଦ୍ରରେ ତାଙ୍କ ସହ ମାରପିଟ ହେଇଥିବାର ଅଭିଯୋଗ କରିଥିଲେ । ପଚାରିବାରେ ସେ ସକାଳୁ ଆସି ମଦ୍ୟପାନ କରିଥିବାର ମାନିଥିଲେ । ସରପଞ୍ଚ ଓ ଗ୍ରାମବାସୀ ପୋଲିସର ସହାୟତାରେ ତାଙ୍କୁ ପୁଣି ସଙ୍ଗରୋଧ କେନ୍ଦ୍ରକୁ ନେଇ ରଖିଛନ୍ତି । ଏହି ଘଟଣା ପରେ ସଙ୍ଗରୋଧ ପ୍ରକ୍ରିୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।