ଖୋର୍ଧା,୧୫।୦୭, କୋଭିଡ୍ ନିୟମ କୁ ଫୁ । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ,ମୁହଁରେ ମାସ୍କ ବ୍ୟବହାର କରିବା ଏବଂ ଦୁଇ ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଯାଉଛି । ଏଇ କିଛି ଦିନ ହେବ କିଛି ବିଧାୟକ କରୋନା ପଜିଟିଭ ଚିହ୍ନଟ ପରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁରୋଧ କୁ ଫୁ କରିଦେଇଛନ୍ତି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର । କିଛିଦିନ ତଳେ କ୍ୟାନ୍ସର ରୋଗରୁ ଚିକିତ୍ସା ହୋଇ ଫେରିବା ପରେ କରୋନା ମହାମାରୀ ସମୟରେ ଅଧିକ ସଚେତନ ରହିବା ବଦଳରେ ସାମାଜିକ ଦୁରତ୍ୱ କୁ ଭୁଲି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ଫୁ କରିଦେଇଛନ୍ତି ବିଧାୟକ ।
ଖାଲି ଜିତୁ ମିତ୍ର ନୁହନ୍ତି ରାଜ୍ୟ ତଥା ଜିଲ୍ଲା ର ଅନେକ ବିଧାୟକ କରୋନା କଟକଣା ଉଲଂଘନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିବା ଦେଖିବାକୁ ମିଳୁଛି ।