ବ୍ରହ୍ମପୁର,୧୪।୭: ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରୁ ୨ କୋରୋନା ରୋଗୀ ଫେରାର ମାରିଛନ୍ତି। ହସ୍ପିଟାଲ ପକ୍ଷରୁ ଗୋପଳପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ସୂଚନାନୁସାରେ, ଏହି ୨ ଅଭିଯୁକ୍ତଙ୍କୁ ଗଞ୍ଜେଇ ଚାଲାଣ ବେଳେ ଗିରଫ କରାଯିବା ପରେ ସେମାନଙ୍କ କରୋନା ଟେଷ୍ଟ୍ ହୋଇଥିଲା । ଯାହା ପଜିଟିଭ୍ ଆସିଥିଲା । ପଜିଟିଭ୍ ଆସିବା ପରେ ଉଭୟଙ୍କୁ ଟାଟା କୋଭିଡ ହସପିଟାଲ ନିଆଯାଉଥିଲା । ତେବେ ସେଠାରୁ ସେମାନେ ଚମ୍ପଟ ମାରିଛନ୍ତି । ଜେଲ୍ ଯିବା ଭୟରେ ଉଭୟ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।