ଖୋର୍ଦ୍ଧା ୨।୭:ଖୋର୍ଦ୍ଧା ପୌରକାର୍ଯ୍ୟାଳୟ ର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆଜି ସମସ୍ତ କର୍ମଚାରୀ ଓ ଅନ୍ୟ ଯେଉଁ ମାନେ ସଂପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ସ୍ବାବ୍ ଟେଷ୍ଟ କରାଯିବ ସହିତ ପୌରକାର୍ଯ୍ୟାଳୟକୁ ବିଶୋଧନ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସଂପୃକ୍ତ କର୍ମଚାରୀ ଜଣଙ୍କ ପୌରକାର୍ଯ୍ୟାଳୟରେ କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ଥିଲେ । ଗତ କିଛି ଦିନ ହେଲା ସେ ଜ୍ବରରେ ଆକ୍ରାନ୍ତ ଥିଲେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।