ଛତ୍ରପୁର ଏନଏସିକୁ ଜିଲ୍ଲା ପ୍ରଶାସନ ୭ ଦିନ ପାଇଁ ଶଟ୍-ଡାଉନ୍ ଘୋଷଣା

ଛତ୍ରପୁର,୨୯/୬: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ଏନଏସିକୁ ଜିଲ୍ଲା ପ୍ରଶାସନ ୭ ଦିନ ପାଇଁ ଶଟ୍-ଡାଉନ୍ ଘୋଷଣା କରିଛି। ଏ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ମଙ୍ଗଳବାରଠାରୁ ଆଗାମୀ ୭ ଦିନ ପାଇଁ ଛତ୍ରପୁର ଏନଏସିକୁ ଶଟ୍-ଡାଉନ୍ ଘୋଷଣା କରାଯାଇଛି। ଜୁନ ୩୦ ତାରିଖଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଶଟ୍-ଡାଉନ୍ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।