ଖୋର୍ଦ୍ଧା : ଗଲୱାନଘାଟିରେ ଚୀନ-ଭାରତ ସୈନିକମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଯବାନ ସହିଦ୍ ହୋଇଥିଲେ । ସହିଦ୍ ଯବାନଙ୍କ ଅଦମ୍ୟ ସାହସିକତା ଓ ବୀରତ୍ବକୁ ସମ୍ମାନ ପୂର୍ବକ ବିଜୁ ଛାତ୍ର ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ତରଫରୁ ଛାତ୍ର ସଂଗଠକ ବିଶ୍ୱଦୀପ ପ୍ରଧାନଙ୍କ ନେତୃତ୍ୱରେ ଏବଂ ଯୁବ ସମାଜ ସେବୀ ସୁଟୁ ପାଇକରାୟଙ୍କ ତତ୍ବାବଧାନରେ ଖୋର୍ଦ୍ଧା କାଇପଦର ସ୍ଥିତ ସତ୍ୟପୀରଙ୍କ ପବିତ୍ର ପୀଠରେ ଏକ ମହମବତୀ ଶୋଭାଯାତ୍ରା ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବା ସହିତ । ଚିନ୍ କୁ ଅର୍ଥନୈତିକ ଜବାବ୍ ଦେବା ପାଇଁ ଚୀନ୍ ସାମଗ୍ରୀକୁ ବର୍ଜ୍ଜନ କରିବା ପାଇଁ ଆହ୍ୱାନ ଦେଇ ଥିଲେ ।
ପରିଶେଷରେ ଉକ୍ତ କାର୍ଯ୍ୟକ୍ରମରେ କାଇପଦର ସମିତି ସଭ୍ୟ ବିଭୁ ପ୍ରସାଦ ବଳିୟାରସିଂହ ପ୍ରାୟ ଯୋଗ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।