କାଳୁପଡ଼ା ଘାଟ:-୨୦/୦୮(ବିନୁ ଦାସ୍)-ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ହେଉଛି କାଳୁପଡ଼ା ଘାଟ।ଏହି ଷ୍ଟେସନ ଉପରେ ପାଖାପାଖି ଶହେ ରୁ ଉର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀ ଯାତାୟାତ ପାଇଁ ନିର୍ଭର କରନ୍ତି।ଏହି ଷ୍ଟେସନ ଉପରେ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ଅଧିବାସୀମାନେ ରେଳ ଉପରେ ନିର୍ଭର କରନ୍ତି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଦୀର୍ଘ ପନ୍ଦର ବର୍ଷ ରୁ ଉର୍ଦ୍ଧ୍ବ ହେବ ଦୂରଗାମୀ ଟ୍ରେନ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ପାଇଁ ଦାବି କରି ଆସୁଥିଲେ ଅଞ୍ଚଳ ବାସୀ ଏବଂ ଅଞ୍ଚଳବାସୀ ଙ୍କୁ ନେଇ ଗଠିତ ହୋଇଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଲ ୟୁଜର୍ସ ଆସୋସିଏସନ କାଳୁପଡ଼ା ଘାଟ।ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଅଭିଯୋଗ ଏବଂ ଅବଗତ କରୁଥିଲେ ବି ପ୍ରଶାନ୍ତି ଏକ୍ସପ୍ରେସ ରହଣୀ କୁ ସ୍ୱୀକୃତି ମିଳିନଥିଲା।ଯାହାଫଳରେ ଅଞ୍ଚଳବାସୀ ବିଜେପି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ରଙ୍କ ସହଯୋଗ ଏବଂ ଚିଲିକା ମାଟିର ଲଢୁଆ ନେତା ପୃଥ୍ୱୀରାଜ ହରିଚନ୍ଦନ ଙ୍କର ବାରମ୍ବାର ଦାବି ଫଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରି ଟ୍ରେନ ରହଣୀ ପାଇଁ ସବୁଜ ସଙ୍କେତ ମିଳିବା ପରେ ରବିବାର ଦିନ ଠାରୁ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ କରିଛି।ଯାହାଫଳରେ ବାଙ୍ଗାଲୋର ଯିବାକୁ ଟ୍ରେନ ରହଣୀ କରିଛି।
ହଜାର ହଜାର ଅଞ୍ଚଳବାସୀ ହରିବୋଲ ହୁଳହୁଳି ଏବଂ ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ରେଳ ଷ୍ଟେସନ ପରିସର।
ଏହି ଟ୍ରେନ ରହଣୀ ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଙ୍ଗୀ ଥାନା ପୋଲିସ ପକ୍ଷରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଥିଲା।ଏପରିକି ଷ୍ଟେସନ ପରିସର ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରେଳବାଇ ଥାନା ବାଲୁଗାଁ ଆରପିଏଫ ଓସି ଯେ ମାରିୟା, ଖୋର୍ଦ୍ଧା ଡିଭିଜନ ର ଡିଟିଆଇ ଦିବାକର ବିଶ୍ୱାଳ,ଜିଆରପି ଓଆଇସି ଡି ଡ଼ି ପଣ୍ଡା ଖୋର୍ଦ୍ଧା ରୋଡ଼ ପ୍ରମୁଖ ଙ୍କ ତତ୍ୱାବଧାନ ରେ ରେଳ ସୁରକ୍ଷା ବଳଙ୍କ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶାନ୍ତି ଶୃଙ୍ଖଳା ର ସହିତ ଏହି ଉଦଘାଟନ ଉତ୍ସବ କୁ ପାଳନ କରିଥିଲେ ଅଞ୍ଚଳବାସୀ।
ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭାରତୀୟ ପର୍ଯ୍ୟଟନ ନିଗମ ର ଅଧ୍ୟକ୍ଷ ଡଃ ସମ୍ବିତ ପାତ୍ର, କୋଚିନ ସିପ ୟାର୍ଡ ର ନିର୍ଦ୍ଦେଶକ ତଥା ଚିଲିକା ମାଟିର ଲଢୁଆ ନେତା ପୃଥ୍ୱୀରାଜ ହରିଚନ୍ଦନ,ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ,ଚିଲିକା ବ୍ଲକ ଅଧକ୍ଷା ଜୋତ୍ସ୍ନା ବେହେରା, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା,ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟନାୟକ,ନୟାଗଡ଼ ଜିଲ୍ଲା ଭାଜପା ସମ୍ପାଦକ ତାପସ ରଞ୍ଜନ ମାର୍ଥା, ଜରିପଡା ସରପଞ୍ଚ ଶ୍ରୀମତୀ ଦିପୁନା ସାହୁ,କଳ କଳେଶ୍ୱର ସରପଞ୍ଚ ଜୋତ୍ସ୍ନା ରାଣୀ ଜେନା,ଗଙ୍ଗାଧର ପ୍ରଧାନ, ନରେନ୍ଦ୍ର ବିଶ୍ୱାଳ,ରେଲ ୟୁଜର୍ସ ଆସୋସିଏସନ ସଭାପତି ପ୍ରଫେସର ଚନ୍ଦ୍ରକାନ୍ତ ପାଇକରାୟ, ସାରଙ୍ଗ ଧର ବିଶ୍ୱାଳ,ଦିଲ୍ଲୀପ ନାଥ,ଦୀନବନ୍ଧୁ ଜେନା ,ଅର୍ଜୁନ ବିଶ୍ୱାଳ ,ତ୍ରିଲୋଚନ ସାହୁ,ଦାମୋଦର ଜେନା, ମତ୍ସ୍ୟଜୀବୀ ମହାସଂଘ ର ରାଜ୍ୟ ଯୁବ ସଭାପତି ଦିଲୀପ ବେହେରା ପ୍ରମୁଖ ନେତୃବର୍ଗ ସହଯୋଗ କରିଥିବା ବେଳେ ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ରାମଚନ୍ଦ୍ର ମହାପାତ୍ର ଙ୍କର ସହିତ ଟାଙ୍ଗୀ, ଚାନ୍ଦପୁର, ଚଣ୍ଡେଶ୍ୱର, କୁହୁଡି,ରଣପୁର ଏବଂ ସୋରଣ ପ୍ରମୁଖ ଅଞ୍ଚଳର ହଜାର ହଜାର ପୁରୁଷ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ଭଉଣୀ ମାନେ ଯୋଗ ଦେଇ ରେଳ ରହଣୀ କୁ ସ୍ୱାଗତ କରିଥିଲେ।ବରିଷ୍ଠ ସଂଗଠକ ବିଜୟ କୁମାର ରାଉତ ସଭାକାର୍ଯ୍ୟ ସମ୍ପାଦନ କରିଥିଲେ।ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଅଞ୍ଚଳ ବାସୀ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଡଃ ପାତ୍ର କହିଥିଲେ କି ରେଳ ଷ୍ଟେସନ ର ନବୀକରଣ ହେବା ସହିତ ଆହୁରି ଅନେକ ଦୂରଗାମୀ ଟ୍ରେନ ରହଣୀ କରିବାର ପ୍ରତିଶୃଟି ଦେଇ ଯାତ୍ରୀଙ୍କୁ ବିନା ଟିକେଟ ରେ ଯାତ୍ରା ନକରିବାକୁ ଅନୁରୋଧ କରିଥିଲେ।