୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଟିକିରି ୧/୭/୨୪( ପ୍ରଫୁଲ କୁମାର ବେହେରା) ଟିକିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ମୁଖ୍ୟବକ୍ତା ଭାବରେ ଉତ୍କଳ ଆଲୁମିନା ପ୍ରକଳ୍ପ ମୂଖ୍ୟ ଶ୍ରୀ ମଜହର ବେଗ୍ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ଶ୍ରୀ ଶଙ୍କର ପ୍ରସାଦ ଦୁରିଆ ଯୋଗଦେଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରି ପ୍ୟାରେଡ ଡ୍ରମ ବଜେଇ ରେଡ୍ କ୍ରସ୍ ଟିମ୍ ପାଛୋଟି ନେଇଥିଲେ। ଟିକିରି ବାସିନ୍ଦା ସ୍ବର୍ଗତ ସଞ୍ଜୀବ କୁମାର ମଲିକ୍ ଓ ସରସ୍ଵତୀ ବେହେରା ଙ୍କ ପୁଅ ଶିବ ଶଙ୍କର ମଲିକ୍ ଜେଇଇ ପରୀକ୍ଷାରେ କୃତକାର୍ଯ୍ୟ ହେଇଥିବାରୁ ତାଙ୍କୁ ମୂଖ୍ୟ ଅତିଥି, ମୂଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ସମ୍ମାନିତ କରିଲେ। ସମ୍ବର୍ଦ୍ଧନା ସଭାର ଆୟୋଜକ ଟିକିରି ର ସମାଜସେବୀ ଶ୍ରୀ ବିଦ୍ୟାଧର ଦୁରିଆ ଙ୍କ ତତ୍ତ୍ଵାବଧାନରେ ଟିକିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଲୋଚନ୍ ଖରା ସଭା ପରିଚାଳନା କରିଥିଲେ। ସାର୍ଟିଫିକେଟ ଧାରୀ ହିଁ ଶିକ୍ଷିତ ନୁହେଁ, ଜଣେ ପାଠ ପଢ଼ି ନ ଥିବା ବ୍ୟକ୍ତି ପାଖରେ ମଧ୍ୟ ବହୁତ ଶିକ୍ଷଣୀୟ ଜ୍ଞାନ ରହିଛି, ପ୍ରକୃତରେ ସାମାଜିକ ଶିକ୍ଷା କୁ ମଧ୍ୟ ଗୁରୁତ୍ଵ ଦେବା ଆବଶ୍ୟକତା ରହିଛି ଏବଂ ଶିକ୍ଷା ଦୁନିଆର ସବୁଠାରୁ ଶକ୍ତିଶାଳୀ ହତିଆର୍ ଯାହା ଦ୍ଵାରା ସମାଜ ଏବଂ ଦେଶ ଉନ୍ନତି କ୍ଷେତରେ ବଦଳେଇ ପାରିବା ବୋଲି ସମ୍ମାନିତ ଅତିଥି ଶ୍ରୀ ଶଙ୍କର ପ୍ରସାଦ ଦୁରିଆ ତାଙ୍କର ଅଭିଭାଷଣ ରଖିଥିଲେ। ମୁଖ୍ୟ ବକ୍ତା ଶ୍ରୀ ବେଗ୍ ଗ୍ରାମାଞ୍ଚଳରେ ମଧ୍ୟ ପ୍ରତିଭା ଭରି ରହିଛି, ଆମକୁ ସେଇ ପ୍ରତିଭା କୁ ଚିହ୍ନି ଆଗକୁ ବଢେଇବାକୁ ହେବ, ପ୍ରତ୍ୟେକ ଭାଷା କୁ ଗୁରୁତ୍ଵ ଦେବା ଆଉ ଗ୍ଲୋବାଲ ଭାଷା ଇଂରାଜୀ କୁ ସମସ୍ତ ଭଲ ସେ ପଢ଼ିବାର ଆବଶ୍ୟକତା ରହିଛି ଏବଂ ଶିକ୍ଷା ର ବିକାଶ କ୍ଷେତ୍ରରେ ଉତ୍କଳ ଆଲୁମିନା ରହିଛି ବୋଲି ଅଭିଭାଷଣ ରଖିଥିଲେ। ଶିକ୍ଷା କୁ ଗୁରୁତ୍ଵ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉଚିତ୍ ଶିକ୍ଷା ଲାଭ କରି ଜଣେ ଭଲ ମଣିଷ ହେଇ ମା ବାପା ଙ୍କ ସମ୍ମାନ ରଖି, ଗ୍ରାମ, ଅଞ୍ଚଳ, ଜିଲ୍ଲା, ରାଜ୍ୟ ଏବଂ ଦେଶର ଉନ୍ନତି କରି ସୁନାମ ଅର୍ଜନ କରିବା ଆବଶ୍ୟକତା ରହିଛି, ଆଜିର ସଭାର ଆକର୍ଷଣ ଶିବ ଶଙ୍କର ମଲିକ ଙ୍କୁ ଛାତ୍ର ଛାତ୍ରୀ ଜଣେ ଆଦର୍ଶ ଭାବରେ ମାନିବା ଉଚିତ୍ ବୋଲି ବକ୍ତବ୍ୟ ରଖିଥିଲେ। ଶିକ୍ଷା କୁ ଗୁରୁତ୍ବ ଦେଇ ବିଧାୟକ ମକରନ୍ଦ କାଶିପୁର ବ୍ଲକ୍ ରେ +୩ ଡ଼ିଗ୍ରୀ ମହାବିଦ୍ୟାଳୟର ଆବଶ୍ୟକତା ପାଇଁ ବାରମ୍ବାର ବିଧାନସଭା ରେ ପ୍ରଶ୍ନ କରିବା ସହ ମୂଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ପ୍ରମୁଖ ସଚିବଙ୍କୁ ବହୁତ ଚିଠି ଲେଖି, ଥାର୍ଡଫ୍ଲୋର ରେ ଏ ବାବଦରେ ଆଲୋଚନା କରିଥିଲେ ଯାହା ଓଡ଼ିଶା ସରକାର ଙ୍କ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କ କାଶିପୁର ଗସ୍ତ ସମୟରେ +୩ ଡ଼ିଗ୍ରୀ ମହାବିଦ୍ୟାଳୟ କରାଯିବ ବୋଲି ଶ୍ରୀ ଭି କେ ପାଣ୍ଡିଆନ୍ ପ୍ରତିଶ୍ରୁତି ଦେଇଥିଲେ। ଟିକିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ରାୟଗଡା ନିର୍ବାଚନ ମଣ୍ଡଳୀରେ ଶିକ୍ଷା କୁ ନିଶ୍ଚୟ ଅଧିକ ଗୁରୁତ୍ଵ ଦେଇ ଶିକ୍ଷା ଭିତ୍ତିଭୂମିପାଇଁ ଯାହା ଆବଶ୍ୟକତା ରହିଛି ତାହା କରିବାକୁ ମୁଁ ସମ୍ପୂର୍ଣ ଭାବରେ ଚେଷ୍ଟା କରିବି ବୋଲି ବିଧାୟକ ମତ ବ୍ୟକ୍ତ କରିଥିଲେ। ବିଧାୟକ ମକରନ୍ଦ ମୁଦୁଲି ଙ୍କ ପ୍ରଚେଷ୍ଟା ଫଳରେ ଆଜି ଟିକିରି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନିତ ହେଇଥିବାରୁ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ରଞ୍ଜିତ ମିଶ୍ର ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା କେବେ ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦ ଭାବ ଦେଖେ ନାହିଁ ବୋଲି ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଜଣେ ବୁଦ୍ଧିଜୀବୀ ଶ୍ରୀ ହରିହର ମିଶ୍ର ଅତିଥି ଭାବରେ ତାଙ୍କର ଅଭିଭାଷଣରେ ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଦେଶର ଆଦର୍ଶ ବିଧାୟକ ତେଣୁ ଆମେ ତାଙ୍କୁ ପାଇ ଗର୍ବିତ, ବିଧାୟକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଦର୍ଶ ତେଣୁ ତାଙ୍କୁ ଅଶେଷ ଶୁଭେଛା ସହ ଏବଂ ଜେଇଇ ପରୀକ୍ଷା ରେ କୃତକାର୍ଯ୍ୟ ହେଇଥିବା ଶିବ ଶଙ୍କର ମଲିକ୍ ଙ୍କ ମା ସରସ୍ଵତୀ ବେହେରା ଙ୍କୁ ସାଧୁବାଦ ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ନାୟକ, ଟିକିରି ବଣିକ ସଂଘ ର କର୍ମକର୍ତ୍ତା ଯୋଗଦେଇଥିଲେ। ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକଙ୍କ ମଧ୍ୟରୁ ମୋନାଲିସା ଶତପଥି, ସୁଜାତା ଚିନ୍ତଡା, ବକୁଳ ରାଣୀ ଦାସ, ସତ୍ୟ ନାରାୟଣ ସାହୁ, ରଞ୍ଜିତ ମିଶ୍ର, ସଂଗ୍ରାମ ସାହୁ, ଟଙ୍କଧର ସାହୁ, ପଙ୍କଜ ଷଡ଼ଙ୍ଗୀ, ଭବାନୀ ରଥ, ରାଜେନ୍ଦ୍ର ମହନ୍ତ, କ୍ରିଷ୍ଣା ବେଣୀ ଭଟ୍ଟି ଏବଂ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତି ଥିଲେ।