ବୀରମହାରାଜପୁର ବ୍ଲକର ତିନି କଲେଜ କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରୁ ଆର୍ଥିକ ଅନୁଦାନ ଘୋଷଣା

ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ): – ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ ଉଚ୍ଚ ଶିକ୍ଷାର ଅଗ୍ରଗତି ପାଇଁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ କଲେଜ ଗୁଡ଼ିକର ଉନ୍ନତି ତଥା ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲାର ବିଭିନ୍ନ କଲେଜକୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ସାମିଲ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର ୩ଟି କଲେଜକୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ରୁ ଆର୍ଥିକ ଅନୁଦାନ ଘୋଷଣା କରାଯାଇଥିବା ଜଣାଯାଇଛି lଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକର ୩ଟି କଲେଜକୁ ସାମିଲ କରି ୧କୋଟି ୭୫ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକର ସୁବଳୟା ହାୟର ସେକେଣ୍ଡାରୀ କଲେଜକୁ ୨୫ ଲକ୍ଷ , ଭୂତିଆପାଲି ପରମେଶ୍ବରୀ ଯୁକ୍ତ ଦୁଇ ହାୟର ସେକେଣ୍ଡାରୀ କଲେଜକୁ ୫୦ ଲକ୍ଷ ଅନୁଦାନ ପ୍ରଦାନ କରାଯାଇଥିବାବେଳେ ବୀରମହାରାଜପୁର ମହାବିଦ୍ୟାଳୟକୁ ୧ କୋଟି ଟଙ୍କା ଘୋଷଣା କରାଯାଇଛି l ଉକ୍ତ ଅନୁଦାନ ଅର୍ଥରେ କଲେଜ ପାଇଁ ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର, ପାନୀୟ ଜଳ ସୁବିଧା, ଇ- ଲାଇବ୍ରେରୀ, ଟଏଲେଟ୍ ଆଦି କାମ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ କାର୍ଯ୍ୟ ନିର୍ମାଣ ହେଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି।