ଖଲ୍ଲିକୋଟ : (ସୁଶୀଲ କୁମାର ଲେଙ୍କା ) ମଙ୍ଗଳବାର ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକ ନିକଟରେ ଏକ ଡିଜାୟାର କାରକୁ ପଛପଟୁ ଏକ କୋଇଲା ଗୁଣ୍ଡ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ କାରରେ ବସିଥିବା ଏକ ପ୍ରସୂତି ମହିଳାଙ୍କ ମୃତୁ ଘଟି ଥିବା ବେଳେ ଗୋଟିଏ ଚାରିଦିନର ଶିଶୁକନ୍ୟା ସମେତ ୪ ଜଣ ଅଳ୍ପକେ ରକ୍ଷା ପାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଗତ ଚାରିଦିନ ତଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲି ପଞ୍ଚାୟତର ମରେଇନୂଆଗାଁ ଗ୍ରାମର ପ୍ରଭାକର ଶବରଙ୍କ ପତ୍ନୀ ପ୍ରେମଜ୍ୟୋତି ଶବର ଗର୍ଭବେଦନା ହେବାରୁ ସେ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେଲିଭେରି ପାଇଁ ଆସିଥିଲା l ଡାକ୍ତର ପ୍ରଥମ ଗର୍ଭ କାରଣରୁ ଏମ କେ ସି ଜି କୁ ପଠାଇଥିଲେ l ତେବେ ସେମାନେ ଏମ କେ ସି ଜି ନଯାଇ ଖୋର୍ଦ୍ଧା ଜିଲ୍ଲାର କୁହୁଡିର ଏକ ଘରୋଇ ଡାକ୍ତରଖାନା ନେଇ ଡେଲିଭେରି ହେବା ପରେ ମଙ୍ଗଳବାର ଦିନ ଏକ ଡ଼ିଜାୟାର କାର ଓ ଡି ୦୭ ଜେଡ ୧୬୬୨ ଯୋଗେ ନିଜ ଗ୍ରାମ ମରେଇନୂଆଗାଁକୁ ଫେରିବା ବେଳେ ଚିଲିକା ଢ଼ାବା ରେ ଖାଇ ଥିଲେ l ଗ୍ରାମକୁ ଯିବା ବାଟରେ ପଛପଟୁ ଯାଜପୁର ଠାରୁ ଏକ କୋଇଲା ବୋଝେଇ ଟ୍ରକ ଡବ୍ଲୁ ବି ୨୯ – ୬୨୮୯ ଧକ୍କା ଦେବା ଫଳରେ ଗାଡ଼ିରେ ରେ ବସିଥିବା ପ୍ରସୂତି ମହିଳାଙ୍କ ଶାଶୁ ସୁଭଦ୍ରା ଶବରଙ୍କ ସମେତ ପ୍ରେମପ୍ରଭା ଶବର ଆହତ ହୋଇଥିଲେ l ତେବେ ଆହତ ପ୍ରେମପ୍ରଭାଙ୍କୁ ଖଲ୍ଲିକୋଟ ମେଡିକାଲ ରେ ଭର୍ତି କଲାପରେ ଡାକ୍ତର ମୃତୁ ଘୋଷଣା କରିଥିଲେ l ଯାହା ଫଳରେ ୪ ଦିନର ଶିଶୁ କନ୍ୟା କୁ ଛାଡି ଜନ୍ମଦାତ୍ରୀ ଆଖିବୁଜି ପରପାରି କୁ ଚାଲିଯିବା ଫଳରେ ସାଧାରଣ ଗଭୀର ସମବେଦନା ପ୍ରକାଶ ପାଇଛି l ପୋଲିସ ଉଭୟ ଗାଡି କୁ ଜବତ କରି ତଦନ୍ତ ଚଳାଇ ଥିବା ବେଳେ ଥାନା ପରିସର ରେ କୋଇଲା ଗାଡି ରେ ନିଆଁ ଲାଗିଯିବ ଯୋଗୁଁ ଅଗ୍ନିସମ ସେବା ବାହିନୀ ନିଆଁ ଲିଭାଇଥିବା ପ୍ରକାଶ l