ପାଟଣା:(ବିଜୟ କୁମାର ମହାନ୍ତ )ଦେଶ ସ୍ଵାଧୀନ ତାର ଦୀର୍ଘ ବର୍ଷ ପରେ ମଧ୍ୟ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି।ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗର ପଡ଼ା ପଞ୍ଚାୟତ ଭିମାପଡା ଗ୍ରାମର ଆଦିବାସୀ ନାଏକ ସାହିରେ ଥିବା ନଳ କୂଅ ଅଚଳ ହୋଇ ପଡ଼ିଥିବା ବେଳେ ପାଣି ପାଇଁ ମହିଳା ମାନେ ନିକଟସ୍ଥ ପଖରୀ ଭିତରେ ଚୁଆ ଖୋଳି ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।ଏଠାରେ ବସ ବାସ କରୁଥିବା ୨୫ପରିବାର ରୁ ଉର୍ଦ୍ଧ୍ବ ପରିବାର ବାଲ୍ଟି ଗରା ଧରୀ ତାଟିଆ ପାତ୍ର ସାହାଯ୍ୟ ରେ ଚୁଆରୁ ପାଣି ଆଣୁଥିବା ଦେଖିବାକୁ ମିଳିଛି।ସେହିପରି କୂଅରୁ ମଧ୍ୟ ପାଣି ଶୁଖି ଯାଇଥିବା ଅଭିଯୋଗ କରିଛନ୍ତି।ନଳକୂଅଟି ବର୍ଷା ଦିନରେ ପାଣି ଯୋଗାଇ ଦେଇଥିବା ବେଳେ ଖରା ଦିନ ଆସିଲେ ପାଣି ବାହାରୁ ନ ଥିବା ସାହି ବାସୀ ଅଭିଯୋଗ କରିଛନ୍ତି।ଏଥି ନିମନ୍ତେ ସ୍ଥାନୀୟ ସରପଞ୍ଚ ଅନିରୁଦ୍ଧ ନାଏକ ଙ୍କୁ ଗୁହାରୀ କରିଥିଲେ ମଧ୍ୟ ଶୁଣି ନଥିବା ଦର୍ଶାଇ ଛନ୍ତି।ଏଣୁ ନଳ କୂପଅଟିକୁ ମରାମତି କିମ୍ବା ନୂତନ ନଳ କୂପସ୍ଥାପନ କରିବାକୁ ଗ୍ରାମ ବାସୀ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।