ନରସିଂହପୁର :(ପ୍ରଶାନ୍ତ କୁମାର ପଣ୍ଡା )ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ନିର୍ଦ୍ଦେଶକ୍ରମେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ନରସିଂହପୁର ବ୍ଲକ ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ କୃଷିଋଣ ସେବା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ଦିଆଯିବା ସହିତ ଏକ ଲକ୍ଷ ଟଙ୍କାରୁ ତିନି ଲକ୍ଷ ଟଙ୍କା ଋଣ ନେଲେ ୨% ସୁଧ ଦେବାକୁ ପଡିବ ବୋଲି ସମବାୟ ବ୍ୟାଙ୍କ ପକ୍ଷରୁ କୁହାଯାଉଛି।ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ବିନା ସୂଧରେ 5 ଲକ୍ଷ ପର୍ଯ୍ୟନ୍ତ ଋଣ କିପରି ନେଇପାରିବେ ସେ ନେଇ ସମବାୟ ବ୍ୟାଙ୍କଗୁଡ଼ିକ କାର୍ଯ୍ୟକାରୀ କରୁଛନ୍ତି।ଏହା ସହିତ ମିଳିତ ଦେୟ ଗୋଷ୍ଠୀ ମଧ୍ୟ ଏହି ସମବାୟ ବ୍ୟାଙ୍କରୁ ଋଣ ନେଇ ନିଜ ନିଜର ବ୍ୟବସାୟ କରିପାରିବେ।ଶୂନ୍ୟ ସୁଧରେ ଚାଷୀ ମହିଳା ଗୋଷ୍ଠୀ ଏବଂ ଯୁବ ଗୋଷ୍ଠୀ ମାନେ ଋଣ ନେଇ କିପରି ନିଜର ଜୀବନ ଜୀବିକା ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିପାରିବେ ଏବଂ ତତ ସହିତ ସମାଜ ଏବଂ ଦେଶର ଆର୍ଥିକ ବିକାଶରେ କିପରି ଚାଷୀ,ମହିଳା ଗୋଷ୍ଠୀ ଏବଂ ଯୁବ ଗୋଷ୍ଠୀ ନିଜର ପତିଆରା ଜାହିର ପାରିବେ ତାହାହିଁ ଥିଲା ଆଜିର ଏହି କର୍ମଶାଳା ର ମୂଳ ଉଦ୍ୟେଶ ବୋଲି ଆଜିର ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମତବ୍ୟକ୍ତ କରିଥିଲେ।