ମର୍ଦ୍ଧରାଜ ସାଂସ୍କୃତିକ ପରିଷଦ ତରଫରୁ ଉତ୍କଳ ଦିବସ ପାଳିତ |

ଖଲ୍ଲିକୋଟ :(ସୁଶୀଲ ଲେଙ୍କା )ଖଲ୍ଲିକୋଟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମର୍ଦ୍ଧରାଜ ସାଂସ୍କୃତିକ ପରିଷଦ ତରଫରୁ ୮୮ ତମ ଉତ୍କଳ ଦିବସ ପରିଷଦ ର ସଭାପତି ଡାକ୍ତର ଏସ .ରାମ|ରାଓ ଙ୍କ ଅଧକ୍ଷତ| ରେ ସ୍ଥାନୀୟ ଯୁବରାଜ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଓଡିଶା କଳା ସଂସ୍କୃତି ଓ ପ୍ରାଚୀନ ଐତିହ୍ୟ କୁ ପୁନ ଜୀବିତ କରିବା ସହିତ ଓଡିଶା ଏକତ୍ରୀକରଣ ରେ ଖଲ୍ଲିକୋଟ ରାଜା ପରିବାର ଓ ଆଧୁନିକ ଖଲ୍ଲିକୋଟ ଗଠନ ରେ ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଦିଲୀପ ଦାସ ,ସୁଶ୍ରୀ ଆରତୀ ଦେବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡିଶା ତଥା ଗଂଜାମ ରେ ଶିକ୍ଷା ର ବିକାଶ ଓ ଖଲ୍ଲିକୋଟ ରାଜ ପରିବାରର ଅନବଦ୍ୟ ଭୂମିକା ଥିବା ପ୍ରକାଶ କରି ଓଡିଶା ଏକତ୍ରୀକରଣ କୁ ତେଜିବା ପାଇଁ ପ୍ରଜାବନ୍ଧୁ ପତ୍ରିକା ପ୍ରତିଷ୍ଠା କରିଥିବା ସୂଚନା ଦେଇଥିଲେ l ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ .ନିରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରିଷଦ ର ପ୍ରାକ୍ତନ ଉପ – ସଭାପତି ଡାକ୍ତର ହରପ୍ରସାଦ ମହାପାତ୍ର ଓ ଅନିରୁଦ୍ଧ ସାହୁ ସହସଂପାଦକ ଓ ମହେଶ୍ୱର ବରାଡ ପ୍ରମୁଖ ଯୋଗ ଦେଇଥିବା ବେଳେ ପରିଷଦ ର ସମ୍ପାଦକ ସୁଧାଂଶୁ ଶେଖର ସାହୁ ବିବରଣୀ ପାଠ ଓ ଡ଼ଃ .ଜ୍ୟୋସ୍ନା ପ୍ରଧାନ ସଂଯୋଜନା କରିଥିଲେ l ବିଜେଡି ବ୍ଲକ ସଭାପତି ଗଙ୍ଗାଧର ଖୁଣ୍ଟିଆ ,ସଂସଦ ପତିନିଧି ରତ୍ନାକର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷାବିତ ଚନ୍ଦ୍ର ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l