ଚାନ୍ଦବାଲି :(ସମୀର କୁମାର ବେଉରା )ଚାନ୍ଦବାଲି ଅଧିନସ୍ଥ ଶୀତଳପୁର ଗାଁ ନିକଟରେ ଗତକିଛି ବର୍ଷ ହେବ ସାଳନ୍ଦୀନଦୀ ତାର ଗତିପଥ ବଦଳାଇବାରୁ ଗାଁକୁ ସୁରକ୍ଷା ଦେଉଥିବା ନଦୀବନ୍ଧ କ୍ରମଃଶ ନଦୀରେ ଲିନ୍ନ ହୋଇଯାଇଥିଲା। ଏପରିକି ନଦୀକୂଳିଆଙ୍କୁ ସୁରକ୍ଷା ଦେବା ଲାଗି ନଦୀ କଡରେ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ଓ ବଲା ପ୍ଯାକିଂ କରାଯାଇଥିଲା। ହେଲେ ଉକ୍ତ ଅସ୍ଥାୟୀ ବନ୍ଧ ବନ୍ଯାରେ ଧୋଇଯିବାରୁ ପଥର ପ୍ଯାକିଂ କରାଯାଉଥିଲା। ହେଲେ ଜଳସେଚନ ବିଭାଗର ନିମ୍ନମାନର କାମ ଯୋଗୁ କାର୍ଯ୍ଯରତ ପଥର ପ୍ଯାକିଂ ନଦୀବନ୍ଧ ଗତକାଲି ରାତିରେ ପାଖାପାଖି ୩୫୦ଫୁଟ ନଦୀକୁ ଧସିଯିବା ସହ ଅନେକ ସ୍ଥାନରେ ବଡବଡ ଫାଟ ସୃଷ୍ଟି ହୋଇଛି। ଆଜି ସକାଳୁ ନଦୀରେ ଜୁଆର ଆସିଥିବାରୁ ଏବେବି ନଦୀବନ୍ଧକୁ ବଡବଡ ଅତଡାଖଣ୍ଡ ଧସିବାରେ ଲାଗିଛି। ଏପରି ଘଟିବାରୁ ଗାଁ ଲୋକ ଆତଙ୍କିତ ହୋଇପଡିଥିବା ବେଳେ ନଦୀପଠାକୁ ଲାଗି ଥିବା ବାବାଜି ପରିଡା, ପଦ୍ମଲୋଚନ ପରିଡାଙ୍କ ସହ ୫ଟି ପରିବାରଙ୍କର ବାପ ଗୋସାପ ଅମଳ ବାସଗୃହ ସହ ଭିଟାମାଟି ଏବେ ନଦୀରେ ଲିନ୍ନ ହେବାର ଆଶଙ୍କା ଦେଖା ଦେଇଛି। ସେହିପରି ଆଜି ରବିବାର ବିଦ୍ଯାଳୟ ଛୁଟି ରହିଥିବାରୁ ଆସନ୍ତାକାଲି ସେହି ବନ୍ଧ ଦେଇ ଗାଁର ଛାତ୍ର ଛାତ୍ରୀ ମାନେ ଆସନ୍ତା କାଲି ବିଦ୍ୟାଳୟ କୁ ଯିବେ ଏଥି ପ୍ରତି ପ୍ରଶାସନ କୁ ଶୀଘ୍ର ମରାମତି ପାଇଁ ଜଣାଇଦିଆଯାଉଛି ।