ଚିଲିକା:-୦୭/୨(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ମାନସିଂହପୁର ଗ୍ରାମର ଆରାଧ୍ୟ ଦେବୀ ମା କାଳିଜାଇଙ୍କ ପୀଠରେ ପାଞ୍ଚ ଦିନ ଧରି ଆରମ୍ଭ ହୋଇଛି ଯଜ୍ଞ। ମଙ୍ଗଳବାର ଏହି ଯଜ୍ଞରେ ୧୦୮ କଳସ ସୋରଣ ଗଡ଼ ର ପ୍ରସିଦ୍ଧ ଜାଗେଶ୍ୱର ମନ୍ଦିର ବ୍ରହ୍ମା କୁଣ୍ଡରୁ ବାହାରି ସୋରଣ ଓ ମାନସିଂହପୁର ଗ୍ରାମର ଶତାଧିକ ଭକ୍ତଙ୍କ ମା କାଳିଜାଇ ପୀଠ ଦୁଇ କିଲୋମିଟର ପର୍ଯ୍ୟନ୍ତ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଆଜି ଏହି କଳସ ଯାତ୍ରା ମା କାଳିଯାଇଙ୍କ ପୀଠରେ ଚାଲିଥିବା ବେଳେ ଚିଲିକା ବ୍ଲକ ବିଡ଼ିଓ ଜଗଦିସ୍ ଷଡ଼ଙ୍ଗୀ,ମୁଖ୍ୟ କିରାଣୀ ସଞ୍ଜୟ କୁମାର ପଟ୍ଟନାୟକ, ଯନ୍ତ୍ରୀ ମାଣିକ ବେହେରା, ଏଇ ଇ ମଧୁସ୍ମିତା ତ୍ରିପାଠୀ,ଭାରତୀୟ ଜନତା ପାର୍ଟି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ,ଚିଲିକା ବ୍ଲକ ଅଧକ୍ଷା ଜୋଷ୍ଣା ବେହେରା, ମାନସିଂହପୁର ସରପଞ୍ଚ କାମିନୀ ବେହେରା ଉପସ୍ଥିତ ରହି ଦର୍ଶନ ଲାଭ କରିଥିଲେ। ଦୀର୍ଘ ପାଞ୍ଚ ବର୍ଷ ଧରି ଚାଲିଥିବା ମା କାଳିଯାଇଙ୍କ ପୀଠରେ ଜଜ୍ଞ ଯାତ୍ରାକୁ ଉପଭୋଗ କରୁଛନ୍ତି ଅଞ୍ଚଳ ବାସୀ।ଏହି ଜଜ୍ଞ ଯାତ୍ରାରେ ମିନା ବଜାର ଶହ ଦୋଳି ଏବଂ ରାତ୍ର ତମାମ ଯାତ୍ରାର କାର୍ଯ୍ୟକ୍ରମ ରହିଛି ।ଏହି ମସ୍ୟଜୀବିଙ୍କ ଏକ ବଡ଼ ପର୍ବରେ ସମସ୍ତେ ଜଜ୍ଞ ପାଳନ କରି ଶାନ୍ତି ଶୁଙ୍ଖଳାରେ ଉପଭୋଗ କରୁଛନ୍ତି ।