ଗୁଣପୁର, (ସିଦ୍ଧାର୍ଥ ଦାସ) ଗୁଣପୁର ବସ୍ ଷ୍ଟାଣ୍ଡ ଠାରେ ଜଣେ ଅଜଣା ବୃଦ୍ଧବ୍ୟକ୍ତି ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ।ଏହି ଅଞ୍ଚଳରେ ସମାଜସେବୀ ଆଖ୍ୟା ନେଇ ବିଭିନ୍ନ ସଭାସମିତି ର ମଞ୍ଚରେ ସମାଜସେବା ନିମନ୍ତେ ପ୍ରମାଣପତ୍ର , ଉପ ଢ଼ୌକନ ଓ ପୁରସ୍କାର ସାଉଁଟି ନିଉଥିବା ବଡ଼ପଣ୍ଡା ମାନେ ଏହାଙ୍କ ପ୍ରତି ନଜର ଦେଇ ନାହାନ୍ତି ।ତଥାପି ଖବର ଜଣା ଯିବା ପରେପରେ ସ୍ଥାନୀୟ ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ନୂତନ ବସ୍ ଷ୍ଟାଣ୍ଡ ଠାରେ ପହଞ୍ଚି ବୃଦ୍ଧଙ୍କୁ ସେଠାରୁ ଆଣି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିବା ସହ ତାଙ୍କ ସ୍ବାସ୍ଥ୍ୟ ବିଷୟ ରେ ବୁଝାସୁଝା କରିବାକୁ କହି ସମାଜସେବୀ ର ଅନ୍ୟନ୍ୟ ଉଦାହରଣ ପାଲଟିଛନ୍ତି । ଏହାଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଉଛି ।