ମହାତ୍ମାଗାନ୍ଧୀ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର 7ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ

ରାୟଗଡ, (ସିଦ୍ଧାର୍ଥ ଦାସ ଙ୍କ ରିପୋର୍ଟ) – ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ରାମେଶ୍ୱର ନଗରର ମହାତ୍ମା ଗାନ୍ଧୀ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ଏହାର ସପ୍ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବର ସହକାରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟରେ ପାଳନ କରିଛି। ଏହି ଅବସରରେ ଗୁଣୁପୁର ବିଧାୟକ ଶ୍ରୀଯୁକ୍ଟ ରଘୁନାଥ ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୁଣୁପୁର ବି ଇ ଓ ଶ୍ରୀଯୁକ୍ତ ସୁଜନ ମଲିକ ଓ ଗୁଣୁପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଏସ ଏନ୍ ପଣ୍ଡା ସାର୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଗମାଙ୍ଗ ତାଙ୍କ ବାକ୍ତବ୍ୟରେ ପିଲାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ସୁନ୍ଦର କାର୍ଯ୍ୟକ୍ରମକୁ ଦେଖି ଅନୁଷ୍ଠାନର ପରିଚାଳନା କମିଟି ଓ ଅଧ୍ୟକ୍ଷ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ ଶୁଭ ମନାସି ଥିଲେ। ସମ୍ମାନିତ ଅତିଥି ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ପିଲାଙ୍କୁ ବର୍ତ୍ତମାନ ଯୁଗରେ ପିଲାମାନେ ଦୈନନ୍ଦିନ ଜୀବନରେ ବିଜ୍ଞାନର ସାହାଯ୍ୟ ଓ ସହଯୋଗରେ କିପରି ଅଗ୍ରଗତି କରିପାରିବେ ସେହି ପ୍ରସଙ୍ଗକୁ ଉପସ୍ଥାପନ କରି ଥିଲେ। ପିଲାମାନେ ସବୁବେଳେ ଏକ ଉଚ୍ଚ ଆକାଂକ୍ଷା ନେଇ ଜୀବନର ଲକ୍ଷ ରଖି ଭବିଷ୍ୟତରେ ଯେପରି ଓ ଏ ଏସ , ଆଈ ଏ ଏସ ଭଳି ଉଚ୍ଚ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ପାଇଁ ଉପଦେଶ ଦେଇଥିଲେ। ସେହିପରି ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ସୁଜନ ମଲିକ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ଅଭିଭାବକ ମାନଙ୍କ ଭାବନାକୁ ଗୁରୁତ୍ଵ ଦେଇ ପିଲାକୁ କିପରି ଜୀବନରେ ଜଣେ ଆଦର୍ଶ ମନୁଷ୍ୟ ରୂପେ ଗଢି ତୋଳିବେ ସେ ବିଷୟ ରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ପିଲାମାନଙ୍କୁ ମଜାଳିଆ ଗଳ୍ପ ମଧ୍ୟମରେ ଉଚିତ୍ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ।

ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଈ ସମ୍ମାନିତ କରାଯାଇଥିଲା। ବେଦ ଉଚ୍ଚାରଣ ସହ ଦ୍ବୀପ ପ୍ରଜ୍ବଳନ ଓ ପିଲାଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଶିକ୍ଷୟତ୍ରୀ ମାହିତା ପାଣି ସମସ୍ତଙ୍କୁ ମଞ୍ଚ ଉପରକୁ ଆବାହନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ସ୍ମରଣିକା ପଟ୍ଟନାୟକ ବିବରଣୀ ପାଠ କରିଥିଲେ, ଶିକ୍ଷୟତ୍ରୀ ଅନୁରାଧା ମଣ୍ଡଳ ପରେ ମଞ୍ଚ ପରିଚାଳନା କରିଥିଲେ। ପିଲାମାନଙ୍କ ପକ୍ଷରୁ ଏହି ଅବସରରେ ବିଭିନ୍ନ ପ୍ରକାରର ନାଚ ଗୀତ ପରିବେଷଣ କରାଯାଇଥିଲା। ମଞ୍ଚ ଉପରେ ପିଲାଙ୍କୁ ନାଚ ଗୀତ ପରିବେଷଣ ରେ ଶିକ୍ଷୟତ୍ରୀ ମନୋଶ୍ଵିନି ବାଉରୀ , ବୃନ୍ଦାବତି ଶବର, ସପ୍ନା ସିଂ ଆଦି ସହଯୋଗ କରିଥିଲେ। ମଞ୍ଚସ୍ଥ ଅତିଥି ଓ ଆବାହିତ ଅତିଥି ତଥା ନିମନ୍ତ୍ରିତ ଅତିଥି ଭାବେ ମହର୍ଷି ଗୁରୁକୁଳ କଲେଜର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ , ଆଇନଜୀବୀ ଇନ୍ଦ୍ରକ୍ଷୀ ପ୍ରସାଦ ଦାସ, ସମାଜ ସେବୀ ଉମା ପ୍ରସାଦ ଦାସଙ୍କ ଦ୍ଵାରା ପିଲାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠାନ ପରିଚାଳନା କମିଟି ପକ୍ଷରୁ ସମ୍ପାଦକ ରାଜୀବ ସେନାପତି, କୋଷାଧ୍ୟକ୍ଷ କୁଞ୍ଜ ବିହାରି ରଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ଚେୟାରମେନ ବ୍ରଜ ସୁନ୍ଦର ପାଢି , ସହ ସମ୍ପାଦକ ବାଣୀ ପ୍ରସାଦ ନାୟକ, ଡାଇରେକ୍ଟର ଦିଲ୍ଲୀପ କୁମାର ରାଜଗୁରୁ ମହାପାତ୍ର, ଅଧ୍ୟକ୍ଷା ପି ବି କଲ୍ୟାଣୀ ପ୍ରମୁଖ ମଞ୍ଚାସିନ ଥିଲେ। ଅନୁଷ୍ଠାନର ଅଭିଭାବକ, ସମସ୍ତ୍ ଶିକ୍ଷକ , ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ। ଅଭିଭାବକ ମାନେ ପିଲାଙ୍କ ସହ ଏହି ବାର୍ଷିକ ଉତ୍ସବରେ ମନ ଭରି ଉପୋଭୋଗ କରିଥିଲେ।