ପ୍ରେରଣା ତରଫରୁ ପକ୍ଷୀ ଶିକାର ବନ୍ଦ ପାଇଁ ମାସ୍କେଟ ଉନ୍ମୋଚିତ ଏବଂ ଶୋଭାଯାତ୍ରା

ଟାଙ୍ଗୀ:-୨୭/୧୧(ବିନୁ ଦାସ୍):-ଚିଲିକା କୁ ଶୀତ ଋତୁରେ ପକ୍ଷୀ ମାନଙ୍କ ଆଗମନ ଯୋଗୁଁ ସେମାନଙ୍କ ସୁରକ୍ଷା ପାଇଁ ପକ୍ଷୀ ଅଭୟାରଣ୍ୟ ତଥା ମଙ୍ଗଳାଯୋଡି ଗ୍ରାମର ଚିଲିକା କୂଳ ଜେ-ଟି. ନିକଟରେ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଆର୍ମି ପକ୍ଷରୁ ମାସ୍କେଟ ଉନ୍ମୋଚନ କାର୍ଯ୍ୟକ୍ରମ ରେ ପ୍ରେରଣା ଅଗ୍ରାନାଇଜେସନ୍ ର ମୂଖ୍ୟ କମାଡେଣ୍ଟ୍ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ , ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ , ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ବରିଷ୍ଠ ସମାଜସେବୀ ପ୍ରକାଶ କୁମାର ଶ୍ରୀଚନ୍ଦନ , ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର , ଟାଙ୍ଗୀ ବ୍ଲକ ଚେୟାରମ୍ୟାନ ରୀସ୍ନା ମାନ୍ଧାତା ଙ୍କ ସମେତ ସିନେ କଳାକାର ସାମିଲ ହୋଇଥିଲେ । ପକ୍ଷୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।

ଏପରିକି ସାଇକେଲ ରାଲି ସାଙ୍ଗକୁ ପଦଯାତ୍ରା କରାଯାଇ ପକ୍ଷୀ ସୁରକ୍ଷା ପାଇଁ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଆର୍ମି ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ପକ୍ଷୀ ସୁରକ୍ଷା ନେଇ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଶ୍ରୀମତୀ ଜୟଶ୍ରୀ ଧଳଙ୍କ ତରଫରୁ ପକ୍ଷୀ ଶିକାର ରୋକିବା ପାଇଁ ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଏକ ସଚେତନତା ମୂଳକ ସଙ୍ଗୀତ ପରିବେଷଣ କରିଥିଲେ ଗୀତିକାର ତଥା କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ।