ଗାୟତ୍ରୀ ଫାର୍ମାସୀ ବୈଷୟିକ ଶିକ୍ଷାନଷ୍ଠାନରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଯାଇଛି।

ରାୟଗଡ, (ସିଦ୍ଧାର୍ଥ ଦାସ) ରେଗେଡା ଫାର୍ମାସୀ ବୈଷୟିକ ମହବିଦ୍ୟାଳୟ ପରିସରରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହକାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ଦାସ, ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ସାହୁ ମହୋଦୟ, ପ୍ରିଂଶିପାଲ୍ ଡ଼: ପ୍ରକାଶ ଚନ୍ଦ୍ର ସେନାପତି, ଭାଇସ୍ ପ୍ରିଂସିପାଲ ଡ:କାହୁଁ ଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ଶ୍ରୀ ପି. ଭି. କୋଟେଶ୍ୱର ରାଓ, ବିଭାଗୀୟ ମୁଖ୍ୟ ଶ୍ରୀ ଜଗଦୀଶ ଖୁଣ୍ଟିଆ , ରାମନାଗୁଡ଼ା ହସ୍ପିଟାଲ ମୁଖ୍ୟ ଶ୍ରୀ ଡ: ବି.ଭି. ପୃଷ୍ଟି, ଫାର୍ମାସୀ ଆସୋସିଏସନ୍ (ଏ.ପି.ଟି.ଆଇ. ର ଅଧ୍ୟକ୍ଷ ଶ୍ରୀ ଡ: ମିହିର କୁମାର କର ପ୍ରମୁଖ ମଞ୍ଚାଷୀନ ହୋଇଥିଲେ । ସର୍ବ ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ମହାଲକ୍ଷ୍ମୀ ଦାସ ଏବଂ ବି ଚନ୍ଦ୍ରିକା କୁମାରୀ ସଂଯୋଜନା କରିଥିଲେ ।

ଏହି ଅବସରରେ ଅଧ୍ୟକ୍ଷ ଅକ୍ଷୟ ଦାସ ଏବଂ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ସାହୁ ଫାର୍ମାସୀ ପାଠ୍ୟକ୍ରମର ସଚେତନ କିଭଳି ଭାବରେ ଲୋକ ଲୋଚନରେ ସଚେତନ କରିଥିଲେ ଏବଂ ଫାର୍ମାସିଷ୍ଟ ଟିଏ ସମାଜରେ ରୋଗୀ ସେବା ସହ ନୂତନ ମେଡିସିନ କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ଭୂମିକା ବିଷୟରେ ବାଖାନିଥିଲେ । ମୁଖ୍ୟ ଅତିଥି ଡ଼: ମିହିର କର ଫାର୍ମାସୀ କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଅତୁଳନୀୟ ଅବଦାନ ବିଷୟରେ ନିଜର ବହୁମୂଲ୍ୟ ବକ୍ତବ୍ୟ ଦେଇଥିଲେ । ଡଃ. ପୃଷ୍ଟି ଫାର୍ମାସୀ ପାଠ୍ୟକ୍ରମର ଆବଶ୍ୟକତା ବିଷୟରେ କହିଥିଲେ । ପରିଶେଷରେ ଅଧ୍ୟାପିକା ପ୍ରିୟଙ୍କା ପାଢି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଅନୁପମ ସାହୁ,ଅନୁପ ଦାଶ,ସୌମ୍ୟ ବିଶ୍ବାଳ,ଅର୍ଚ୍ଚନା ଚାନ୍ଦ,ସୁଜାତା ନାୟକ, ଶାଶ୍ଵତୀ ବେହେରା,ସ୍ବଦେଷ୍ନା ମହାନ୍ତି,ଲୋହା ବାଉରୀ,ଚୈତନ୍ୟ ପ୍ରଧାନୀ, ଜନ୍ମଜୟ ଆଚାର୍ଯ୍ଯ, ସୌମୀତ୍ରି ସାହୁ, ଅଭିଳାଷ ଦାଶ,ବିସ୍ମିତା ଶବର,ରାଜିବ ପଣ୍ଡା, ସୋନାଲି ଦାଶ, ପ୍ରଫୁଲ୍ଲ ମହାନ୍ତି,ପ୍ରଫୁଲ୍ଲ ପଟ୍ଟନାୟକ,ବାବୁଲା ଦାସ,ବିଷ୍ଣୁ ରଥ,ଦେବେନ୍ଦ୍ର ମିଶାଲ,ରବି ଗୌଡ,ଜୁଜା ବିଡିକା, ରାଜକୁମାର ବିଡିକା ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।