ମୟୂରଭଂଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ରାଇରଙ୍ଗପୁର ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନାର୍ଯ୍ୟଦାବି ନେଇ ବିରାଟ ଶୋଭାଯାତ୍ରା

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା ଙ୍କ ରିପୋର୍ଟ) ମୟୂରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ରାଇରଙ୍ଗପୁର ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନାର୍ଯ୍ୟଦାବୀ ନେଇ ଆଜି ସ୍ଥାନୀୟ ଦୁର୍ଗାମଣ୍ଡପ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ବ୍ଲକ୍ ଶିକ୍ଷା ଅଧିକାରୀ ନିକଟକୁ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସେମାନଙ୍କ ଦାବୀ ପତ୍ର A.B E.O ଶ୍ରୀମତୀ ନମିତା ସେଠୀ ଙ୍କୁ ପ୍ରଦାନ କରିଥିଲେ । ସେମାନେ ୨୦୦୧ମସିହାରୁ ପ୍ରାଥମିକ ଶିକ୍ଷକ ଶିକ୍ଷା ସହାୟକ ରୂପେ କାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଠିକା ଶିକ୍ଷକ ନିଯୁକ୍ତିକୁ ହଟାଯାଉ ଓ ସେମାନଙ୍କୁ ସେମାନଙ୍କର ଚାକିରୀ ର ଦରମା ଗ୍ରେଡ୍ ପେ ବଢାଯାଉ ବୋଲି ଜଣାଇଥିଲେ । ସେମାନଙ୍କର ତିନିଦଫା ଦାବୀ ମଧ୍ୟରେ ପ୍ରଥମତଃ ପ୍ରାଥମିକ ଶିକ୍ଷକ ଭାବେ ସେମାନେ ୨୦୦୧ ମସିହା ରୁ ଅଛନ୍ତି ଯେପରି ଭାବେ ଶିକ୍ଷା ସହାୟକ ଅବା ଜୁନିୟର ଶିକ୍ଷକ ଅବା ସ୍ବେଚ୍ଚାସେବୀ ଶିକ୍ଷା ସହାୟକ କାର୍ଯ୍ୟ କରୁଛନ୍ତି। ଠିକା ଶିକ୍ଷକ ନିଯୁକ୍ତି ଉଛେଦ କରାଯାଉ । ପୁଣି ସେମାନଙ୍କୁ ଯେଉଁ ସରକାରୀ ସୁବିଧା ସୁଯୋଗ ଦେବା କଥା ତାହା ଦିଆଯାଉ । ଦ୍ବିତୀୟତଃ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରିୟ ଦରମା ୩୫,୪୦୦ ଟଙ୍କା ଦିଆଯାଉ । ଶେଷଟି ପୁରୁଣା ପେନସନ ଯୋଜନା କୁ କାର୍ଯ୍ୟକାରୀ କରାଯାଉ । ଏଥିରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ପୁରୁଷୋତମ ମହାନ୍ତ, ଅରବିନ୍ଦ କୁମ୍ଭକାର, ଅଜିତ କୁମାର ମହାନ୍ତ, ଅଜିତ ମଣ୍ଡଳ, ଅନିଲ କୁମାର ମହାନ୍ତ, ମନୋରଂଜନ ମଣ୍ଡଳ, ଦେବବ୍ରତ ଗିରି,ପ୍ରଶାନ୍ତ ଶତପଥୀ,ଉରମିଳା ପାଣି,ସ୍ବନପ୍ରଭା ଦଳେଇ, ମନୋଜ କୁମାର ମହାନ୍ତ, ରୁଦ୍ର ବିହାରି ଗିରି,ଆଲୋକ କୁମାର ସିଂ, ସମଲେସ୍ବରୀମହାନ୍ତ ଓ ଅଜୟ କୁମାର ମହାନ୍ତ ପ୍ରମୁଖ ଅଟନ୍ତି ।