ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ମିଳିବ।

ଭୁବନେଶ୍ୱର : ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ମିଳିବ। ଏନେଇ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର ଗଙ୍ଗାଧର ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ମାର୍ଚ୍ଚ ୧୬ରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ଦେବାକୁ ଚିଠିରେ କୁହାଯାଇଛି। ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜଣକ ପିଛା ୭୧୭ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅର୍ଥ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ଯିବ। ଯେଉଁ ଅଭିଭାବକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନ ଥିବା ସେମାନଙ୍କୁ ସ୍କୁଲ୍‌ରେ ଧାର୍ଯ୍ୟ ଅର୍ଥ ପଇଠ କରିବାକୁ ଦେବାକୁ ଚିଠିରେ କୁହାଯାଇଛି। ଜିଲ୍ଲା ଶିକ୍ଷାଅଧିକାରୀମାନେ ରୋଷେଇ ବାବଦ ଖର୍ଚ୍ଚ ତୁରନ୍ତ ସ୍କୁଲ ଆକାଉଣ୍ଟକୁ ପଠାଇବାକୁ ଚିଠିରେ ଉଲ୍ଲେଖ ରହିଛି।