ରାୟଗଡ: (ସିଦ୍ଧାର୍ଥ ଦାଶ) – ରାୟଗଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ରାୟଗଡ ବ୍ଲକ ଗ୍ରସ୍ଥକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଛନ୍ତି l ପିତାମହଲ ଠାରେ ୨୦୨୧-୨୨ ମସିହାରେ ଅଟକଳ ମୂଲ୍ୟ ୫ ଲକ୍ଷଟଙ୍କରେ ନିର୍ମିତ ହୋଇଥିବା ମିଶନଶକ୍ତି ଗୃହ ପରିଦର୍ଶନ ଏବଂ ସେଠାରେ ମାଁ ଅଗ୍ନିଗାଙ୍ଗlମ୍ମା ଏସ୍.ଏଚ୍.ଜି ଦ୍ୱାରା ତିଆରି ହେଉଥିବା ଫୁଲ,ଝାଡୁ, ଦେଖିବା ସହିତ ଗୃପ ମାଁ ମାନଙ୍କ ସହିତ ଭବିଶ୍ୟତ କାର୍ଯ୍ୟ ପ୍ରଣାଳୀ ଉପରେ ଆଲଚନା କରିଥିଥିଲେ । ପିତାମହଲ ଠାରେ ୨୦୨୧-୨୨ ମସିହା ମନରେଗା ମହିଳା ଓ ଶିଶୁ ବିକାଶ ପାଣ୍ଠିରେ ୭ଲକ୍ଷ ଟଙ୍କl ଅଟକଳ ମୂଲ୍ୟର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ସହିତ କୁନିପିଲା ଓ ସହାୟକ ସହିତ ଆଲୋଚନା କରିଥିଲେ । ପିତାମହଲ ଠାରେ ୧୦୦ ଶର୍ଯ୍ୟା ବିଶିଷ୍ଟ ସେବାଶ୍ରମ ସ୍କୁଲ ଓ ହଷ୍ଟେଲ୍ ପରିଦର୍ଶନ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ସ୍କୁଲର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ତୃତୀୟ ପର୍ଯ୍ୟାୟରେ ରୂପାନ୍ତି କରଣ ହେବାକୁ ଥିବା ବିଷ୍ଣୁଗୁଡା ହାଇସ୍କୁଲ ପରିଦର୍ଶନ ସହ ସ୍ଥାନିୟ ପଞ୍ଚାୟତରାଜ ପ୍ରତିନିଥି ସ୍କୁଲ କମିଟି ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ଆଲୋଚନା କରିଥିଲେ ।୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଅଧିନରେ ହୋଇଥିବା ବିଷ୍ଣୁଗୁଡା ବନ୍ଧରେ ପୂନଃ ଵିନ୍ୟାସ କାମ ପରିଦର୍ଶନ କରିଥିଲେ ।ପିତାମହଲ ଗ୍ରାମ ପଞ୍ଚାୟତର ରଙ୍ଗ ବନ୍ଧ ଅମୃତ ସରବର ପଖରୀ ପରିଦର୍ଶନ ସହ ଅନ୍ୟାନ୍ୟ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।ପିତାମହଲ ଗ୍ରାମ ପଞ୍ଚାୟତର ଶ୍ରୀରାମ ନଗର ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ସହ ଚିହ୍ନଟ ହୋଇଥିବା ବ୍ଲକ ଲେବୁଲ୍ ମିନି ଷ୍ଠାଡିୟମର ଜାଗା ପରିଦର୍ଶନ କଲେ । ତାଡମା ଗ୍ରାମପଞ୍ଚାୟତରେ ଥିବା ଦ୍ୱିତୀୟପର୍ଯ୍ୟାୟ ଓଡିଶା ଆଦର୍ଶ ବିଦ୍ୟାଳୟର ହୋଇଥିବା ୫ଟି ରୂପାନ୍ତିକରଣ କାର୍ଯ୍ୟକ୍ରମ ପରିଦର୍ଶନ ସହ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କଲେ । ତୃତୀୟ ପର୍ଯ୍ୟାୟରେ ୫ଟି ଅଧିନରେ ରୂପାନ୍ତିକରଣ କାର୍ଯ୍ୟକ୍ରମ ହୋଇଥିବା ହାଲୁଆ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।