ଗୁଣପୁର (ସିଦ୍ଧାର୍ଥ ଦାଶ) – ଯୋଗ, ଆୟୁର୍ବେଦ, ହୋମିଓପ୍ୟାଥିକ ,ସିଧ ଓ ୟୁମୁନ ସ୍ୱାସ୍ତ୍ୟ ଚିକିତ୍ସା ପଦ୍ଧତି କୁ ଏକ କାଳୀନ ଭାବେ ପ୍ରଦାନ କରି ଏକ ସୁସ୍ଥ ସମାଜ ଗଠନ ର ଲକ୍ଷ ନେଇ ଗଠିତ ହୋଇଛି ସରକାରଙ୍କ ଆୟୁଷ ବିଭାଗ । ଏହି ବିଭାଗ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସହ ଆୟୁର୍ବେଦ ,ଯୋଗ ଓ ହୋମିଓପ୍ୟାଥିକ ଚିକିତ୍ସା ମାଧ୍ୟମରେ ଶିଶୁ ମାନଂଙ୍କୁ ଚାପ ଗ୍ରସ୍ତ ରୁ ମୁକ୍ତ କରି ନିରୋଗ ଜୀଵନ ବ୍ୟତୀତ ନିମନ୍ତେ ଆବଶ୍ୟକ ପରାମର୍ଶ ଓ ମାର୍ଗଦର୍ଶନ ଦିଆଯାଇଛି । ୨୭ ଓ ୨୮ ତାରିଖ ଦୁଇ ଦିନ ରେ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସ୍କୁଲ ଗୁଣପୁର ଓ ନେତାଜୀ ଉଚ୍ଚ ବିଦ୍ୟାଳୟ ଚିନାସାରି ଠାରେ ଆୟୁଷ ବିଭାଗ ଓ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପରିଚାଳକ ଭାବେ ଡ଼ ବିଶ୍ଵନାଥ ସରେନ ଜିଲ୍ଲା ଆୟୁର୍ବେଦ ଅଧିକାରୀ ଦାୟିତ୍ୱ ନେଇଥିଲେ ଜାଜ୍ଞାସେନି ସାହୁ ସହ ଆୟୁର୍ବେଦ ଚିକିତ୍ସା ଅଧିକାରୀ କୁଜେନ୍ଦ୍ରୀ ପୋୖରହିତ୍ୟି କରିଥିଲେ ତାଙ୍କ ସହ ମାନସୀ ହରପାଲ,ସହ ଆୟୁର୍ବେଦ ଚିକିତ୍ସା ଅଧିକାରୀ କୁଲୁସିଂ ଓ ହୋମିଓପ୍ୟାଥିକ ଡ଼ ସଙ୍ଘମିତ୍ର।
ସାହୁ,ପେରପାଙ୍ଗ, ମନୋଜ ଦେଓ, ଅନିଶା ଶବର ଓ ଆୟୁର୍ବେଦ ଡ଼ ସୁନିତ ବେହେରା ଙ୍କ ସହ ଯୋଗ ଶିକ୍ଷକ ଉମା ଶଙ୍କର ଦାଶ୍ , ଚିନାସାରି ଉପସ୍ଥିତ ରହି ସ୍କୁଲ ପିଲା ମାନଙ୍କୁ ସ୍ୱାସ୍ଥ୍ୟ ସଚେତନ ଓ ଯୋଗ ଶିକ୍ଷା ଦେଇଥିଲେ । ସ୍କୁଲ ପିଲାମାନଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରି ବିଭିନ୍ନ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଔଷଧ ବିତରଣ କରିଥିଲେ । ଏହି ଦୁଇ ଦିନ ର ଏହି ପୃଥକ କାର୍ଯ୍ୟକ୍ରମ ରେ ସହୀଦ ଲକ୍ଷ୍ମଣାନାୟକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିତୁ ସାହୁ, ଶିକ୍ଷକ ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ସମ୍ପାଦନା କରିଥିଲେ । ସେହିପରି ନେତାଜୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଇନ୍ଦିରା ମଷପାତ୍ର, ଶିକ୍ଷକ ଘନଶ୍ୟାମ ବେହେରା, ମଧ୍ୟସୁଦନ ପଟନାୟକ, ବିଶ୍ୱନାଥ ପାଢୀ ପୃମୁଖ ସମ୍ପାଦନା କରିଥିଲେ । ଉଭୟ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରକୃତି ର ସୁରକ୍ଷା ନିମନ୍ତେ ଔଷଧୀୟ ବୃକ୍ଷ ଅଶୋକ, ଯାଇ ଫଳ, ତେଜ ପତ୍ରି, ଲବଙ୍ଗ ଅଳେଇଚ ଇତ୍ୟାଦି ରୋପଣ କରାଯାଇଥିଲା ।