ରାୟଗଡା, (ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କିଛି କିଛି ଗ୍ରାମ କୁ ପକା ରାସ୍ତା ନଥିବାରୁ ରୋଗୀ ଙ୍କୁ କେବେ ଖଟିଆ , ଆଉ କେତେ ବେଳେ ଚୌକି ରେ ଵୁହା ହେଉଥିବାର ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ତାହା ପୁଣି କାଶିପୁର ବ୍ଲକ ଅଡାଜୋର ପଞ୍ଚାୟତ କୁଲିଆପଦର ଗ୍ରାମର ଚାନାଇ ମାଝି ସ୍ଵାମୀ କୁମାର ମାଝି କୈାଣସି ଏକ ରୋଗରେ ଦେହ ବହୁତ ଅସୁସ୍ଥ ହେବା ପରେ ସେମାନେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଥିଲେ ଏହା ପରେ ଆମ୍ବୁଲାନ୍ସ ଗାଡ଼ି ଗ୍ରାମ ର କିଛି ଦୂରରେ ଅଟକି ରହିଥିଲା ଯାହା ଫଳରେ କୁଲିଆପଦର ଗ୍ରାମକୁ ପକା ରାସ୍ତା ନଥିବାରୁ ଯାହା ଫଳରେ ଚାନାଇ ମାଝିଙ୍କୁ ଚୌକି ସାହଯ୍ୟ ରେ ଭାର କରି ଆମ୍ବୁଲାନ୍ସ ଗାଡ଼ି ନିକଟକୁ ପହଞ୍ଚି ଥିଲେ ତାଙ୍କ ସ୍ଵାସ୍ଥ୍ୟ ଏବେ ଭଲ ଥିବା ସୂଚନା ମିଳିଛି । ହେଲେ ଏହି ପରି ଦୃଶ୍ୟ କାଶିପୁର ବ୍ଲକ ବାରମ୍ବାର ଦେଖା ଦେଉଛି। କିନ୍ତୁ ସରକାର ଓ ପ୍ରଶାସନ ଏହି ସବୁ ଯାଣି ସୁଣୀ ଆଖି ବୁଜି ଚୁପ୍ ରହିଛନ୍ତି କେବେ ସରକାର ଙ୍କ ନିଦ ଭାଙ୍ଗିବ କେବେ କାଶିପୁର ବ୍ଲକ ଉପରେ ନଜର ପଡିବ । ତାହା ଦେଖିବାକୁ ବାକି ରହିଲା ଚର୍ଚ୍ଚା ହେଉଛି ।