ମୁନିଗୁଡା, ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ଆଦିବାସୀ ଓ ହରିଜନଵହୁଳ ପଛୁଆ ଅଞ୍ଚଳ ଭାଵେ ଜଣାଶୁଣା ।ଏଠାକାର ବିକାଶରେ ଅନ୍ୟ ବ୍ଲକ ଅଞ୍ଚଳ ସହିତ ସମତୁଲ କରିବାକୁ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକ ତାଙ୍କ ପ୍ରୟାସ ଜାରିରଖି ପ୍ରତ୍ୟେକ ବିଭାଗକୁ ଜନତାଙ୍କର ଵିକାଶ ନିମନ୍ତେ କୋଟିକୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଢୁଆଳରେ କେତେକ ଲୋକ ପ୍ରତିନିଧି,ନେତା ,ଏଵଂ ନେତା ସାମ୍ବାଦିକ ରୂପକ ଠିକାଦାରମାନେ ଅଧିକାରୀଙ୍କ ସହିତ ସଲାସୁତାରରେ ବିକାଶ ବଦଳରେ ବିନାଶ କରି ସମାଜରେ ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଉଛି । ଏହି ବ୍ଲକର ଜନସାଧାରଣଙ୍କ ଵିକାଶ ନିମନ୍ତେ ଯେଉ ପରିମାଣରେ ସରକାର ଅର୍ଥ୍ ଯୋଗାଇ ଦେଉଛନ୍ତି,ସେଥିରୁ ପଚାଶ ଭାଗ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଗମନା ଗମନ ର ଅଭାବ ହୃଅନ୍ତା ନାହିଁ। ତେଣୁ ଜିଲ୍ଲାରେ ଏହିବ୍ଲକର ଅଧିବାସୀମାନେ ସରଳ ଓ ଅଧିକାଙ୍ସ ଅଶିକ୍ଷିତ ହେତୁ ସେହି ସୁଯୋଗରେ ଶତକଡା ପଚିସି ଭାଗ କାର୍ଯ୍ୟ କରି ପଞ୍ଚସ୍ତରୀ ଭାଗ ଅଧିକାରି,ଠିକାଦାର,ନେତା ମିଳିମିଶି ହଡପ କରୁଥିବାରୁ ଅଞ୍ଚଳର ଵିକାଶ ହୋଇପାରୁନାହିଁ। ଯାହାକି ଦେଖିବାକୁ ମିଳିଛି ଗ୍ରାମ୍ୟ ଉନ୍ନୟନ ଵିଭାଗର ଆରଡି ରାସ୍ତା ଠାରୁ ମେରିଆପଟା ପର୍ଯ୍ୟନ୍ତ ହୋଇଥିବା ପ୍ରଧାନ ମନ୍ତ୍ରୀ ସଢକ ଯୋଜନା ରାସ୍ତାର ଦୂରାବସ୍ତା ।
ଏହି ଦୁଇ କି,ମି ରାସ୍ତାକୁ ଜନୈକ ଠିକାଦାର ନିର୍ମାଣ କରିବାକୁ ଟେଣ୍ଡର ନେଇଥିଲେ ଏବଂ ଏହି ରାସ୍ତା ୨୩/୦୩/୨୦୧୮ ରେ ଆରମ୍ଭ ହୋଇ ୨୨/୦୮/୨୦୨୦ ରେ ସରିବାକୁ ନିର୍ଦେଶ ରହିଥିଲା । କିନ୍ତୁ ଚଳିତବର୍ଷ ରାସ୍ତା ସମାପ୍ତ ହୋଇଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ହୋଇ ବର୍ଷେ ହୋଇନି ରାସ୍ତାରେ ପିଚୁ ସଫା ହୋଇ ଅଶ୍ଵାଭାଵିକ ପରିସ୍ଥିତି ସୃଷ୍ଟି କରି ସରକାରଙ୍କର କୋଟିଟୋଟି ଟଙ୍କା ପାଣିରେ ପଡିବାକୁ ଯାଉଛି । ଏହି ୨ କିମି ରାସ୍ତାରେ କାରପେଣ୍ଟିଂ ଓ ସ୍ଲିକୋଟିଂହୋଇ ୧.୭୮ ପିଚୁ କରାଯିବା ସହ ୦.୨୦୦ କଂକ୍ରିଟ୍ ଏଵଂ ଶଙ୍ଖଂ ନମ୍ବର-୩ କରିବାକୁ ଚୂକ୍ତି ନାମା ହୋଇଥିଲା । ମାତ୍ର ଚୁକ୍ତି ନାମା ଅନୁଯାଇ ମୋରମ,ସିମେଣ୍ଟ,ଚିପ୍ସ ,ଏଵଂ ମେଟାଲ ଠିକ୍ ଭାଵେ ଵ୍ୟଵହାର ହୋଇନଥିବାଏଵଂ ଅତିନିମ୍ନମାନର କାର୍ଯ୍ୟ ହୋଇଥ୍ଵାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ସେହିଭଳି । ଲେବର ମିସ୍ତ୍ରୀଙ୍କ ଦ୍ଵାରା କାର୍ଯ୍ୟ ହେଉଥିବାଵେଳେ ସୁପରଭାଇଜରଙ୍କୁ ସମୟେସମୟେ ଦେଖିବାକୁ ମିଳୁଥିଲା । ଦାୟିତ୍ଵରେ ଥିବା ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତୀଙ୍କର ଉପସ୍ଥିତ ରହି କାର୍ଯ୍ୟ ଦେଖିବା ଦୂରରକଥା ମୋଟା ଅଙ୍କମିଳିଲେ କାମଯେମିତି ଠିକାଦାର ତାଙ୍କ ଇଛାରେ କରି ରାସ୍ତାକୁ କଳା ଦେଖାଇଦେଲେ ଯନ୍ତ୍ରୀଙ୍କ ଦାୟିତ୍ଵସରିଲା ।
ଏହିଭାବନାରେ ହାତକୁ ଆସିବାମାତ୍ରେ ଵାବୁ କୋଟଗଡ ଛୁ ହେଉଥିଵା ଲୋକମାନଙ୍କ ଆଲୋଚନାରୁ ଜଣାପଡୁଛି । ତେଣୁ ରାସ୍ତାକାର୍ଯ୍ୟ ସରିବାପରେ ଫଳକ ମାରିବାରୁ ଜଣାପଡିଥିଲା ଲେଖାଥିବା ବ୍ୟଵହାରିକ ମୋରମ ସିମେଣ୍ଟ,ପିଚୁ ଆଦି ସେମିତି ଞ୍ଝପରିମାଣରେ ବ୍ୟଵହାର ହୋଇନାହିଁ।ଅତିନିମ୍ନମାନର କାର୍ଯ୍ୟ କରାଯାଇ ଥିବାରୁ ରାସ୍ତାକୁ ଵର୍ଷେ ନପୁରୁଣୁ ପିଚୁ ଉଠିଯିବାଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯନ୍ତ୍ରୀ ଶ୍ରୀମଲ୍ଲିକ୍ ଏହି କାମ ଵ୍ୟତିତ ଅନ୍ୟ ଯେତେ କାର୍ଯ୍ୟ ଦେଖୁଛନ୍ତି ଏବଂବ୍ରିଜ୍ କାର୍ଯ୍ୟ ମଧ୍ୟ ସଵୁ ନିମ୍ନମାନର କରି ଭାଙ୍ଗିବାକୁ ଵସିଛି। ସରକାର ଗୁରୁତର ସହ ବିଚାରକୁ ନେଇଏଥିପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ରାସ୍ତାର ପରିସ୍ଥିତିକୁ ଶୋଭାବିକ କରିବା ସହ ଭିଜିଲାନ୍ସ ତଦନ୍ତ କରାଗଲେ ଯନ୍ତ୍ରୀଙ୍କ ଆୟବହିର୍ଭୁତ ସମ୍ପତିସ଼ କଳାକାରାନାମା ଲୋକଲୋଚନକୁ ଆସିପାରିବ ଵୋଲି ସାଧାରଣରେ ଦାବୀହେଉଛି।