ଗୁଣପୁର, (ସିଦ୍ଧାର୍ଥ ଦାସ) ଗୁଣୁପୁର ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ପରିସରରେ ମାସ୍ ଭେକ୍ସିନେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ରେଗେଡା ସ୍ଥିତ ଉପ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ସ୍ବାସ୍ଥ୍ୟ କର୍ମଚାରୀ ଆସି ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କୁ କୋଭିଡ-19 ର ତୃତୀୟ ଡୋଜ ବା ପ୍ରିକୋସନ ଡୋଜ ଦେଇଥିଲେ । ଏଥିରେ ପ୍ରାୟ 80 ଜଣଙ୍କୁ ଟୀକା କରଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ଅକ୍ଷୟ କୁମାର ଦାସ ଓ ସେକ୍ରେଟାରୀ ଶ୍ରୀ ସଞ୍ଜୟ କୁମାର ସାହୁଙ୍କ ନେତୃତ୍ବରେ ଏ.ଓ ଶ୍ରୀ ପି.ଭି କୋଟେଶ୍ୱର ରାଓ, ପ୍ରିନ୍ସିପାଲ ଡଃ.ପ୍ରକାଶ ଚନ୍ଦ୍ର ସେନାପତି, ପ୍ରଫେସର କାହ୍ନୁଚରଣ ପାଣିଗ୍ରାହୀ ପ୍ରମୁଖ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଲୋହା ବାଉରୀ,ରାଜିବ ପଣ୍ଡା , ପ୍ରଫୁଲ୍ଲ ପଟ୍ଟନାୟକ, ଦେବେନ୍ଦ୍ର ମିଶାଲ, ଜୁଜା ବିଡିକା ଏବଂ ସମସ୍ତ କର୍ମଚାରୀ ମାନେ ସହଯୋଗ ଓ ପରିଚାଳନା କରିଥିଲେ ।