ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ କଂଗ୍ରେସ ତରଫରୁ ସତ୍ୟାଗ୍ରହ

ଢେଙ୍କାନାଳ,୨୭/୦୬(ଶୁଭମ ପାଣି): ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି! ଏଥିରେ ସଦର ନିର୍ବାଚନମଣ୍ଡଳୀରୁ ବହୁ ନେତୃତ୍ୱ ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ବକ୍ତବ୍ୟ ପ୍ରଦାନ କରିଥିଲେ! କେନ୍ଦ୍ର ସରକାର ଯୁବକ ମାନଙ୍କୁ ପ୍ରତାରଣା କରି ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି! ଉକ୍ତ ଯୋଜନା ଅନୁସାରେ ଯୁବକମାନେ ସୈନ୍ୟବାହିନୀରେ 4 ବର୍ଷ ଚାକିରୀ କରି ପରବର୍ତ୍ତୀ ସମୟରେ ବେକାର ହୋଇ ଗୋଡି ଶ୍ରମିକ ଭଳି କାର୍ଯ୍ୟକରିବାକୁ ବାଧ୍ୟ ହେବେ! ବର୍ତ୍ତମାନ ସରକାର ପୂର୍ବ ସୈନିକ ମାନଙ୍କୁ ଥଇଥାନ ନକରିବା ସ୍ଥଳେ ଏହି ଅଗ୍ନିବୀର ମାନଙ୍କୁ କିଭଳି ଥଇଥାନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି!

https://biplabnews.com/wp-content/uploads/2022/06/WhatsApp-Video-2022-06-27-at-9.27.51-PM1.mp4

ପୂର୍ବ ସୈନିକ ମାନଙ୍କୁ ଦେଇଥିବା ପ୍ରତିଶୃତି one rank one pension ପୂରଣ ନକରି ପାରି ବର୍ତ୍ତମାନ କିଭଳି ମିଥ୍ୟା ପ୍ରତିଶୃତି ଦେଇ ଯୁବକ ମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ବିପଥ ଗାମୀ କରିବାକୁ ଚେଷ୍ଟା କରୁଛନ୍ତି – ତେଣୁ ସରକାର ଯଦି ଏହି ଯୋଜନାକୁ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନର ଆନ୍ଦୋଳନ ତୀବ୍ରତର କରିବା ପାଇଁ ମତ ପ୍ରକାଶ ପାଇଥିଲା ସର୍ବଶେଷରେ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଶୁଭମ୍ ଦାସ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା

https://biplabnews.com/wp-content/uploads/2022/06/WhatsApp-Video-2022-06-27-at-9.27.51-PM2.mp4