ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଶ୍ଵ ଯୋଗ ଦିବସ ପାଳିତ।

ଢେଙ୍କାନାଳ,୨୧/୦୬(ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଶ୍ଵ ଯୋଗଦିବସ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଜୁନ୍ ମାସ ଏକୋଇଶି ତାରିଖରେ ପାଳନ କରାଯାଇଅଛି। ଉକ୍ତ ଦିବସକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଉଦ୍ ଘାଟନ କରିଥିଲେ,।

ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଯୋଗ ମାଧ୍ୟମରେ ଶରୀର ସୁସ୍ଥ ରହିବ ବୋଲି ମତ ପ୍ରକାଶ କରିଥିଲେ। ଏଣୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିୟମିତ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ‌ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଓ ଶିକ୍ଷୟିତ୍ରୀ ମଧୁମିତା ପ୍ରଧାନ ଯୋଗ ଶିଖାଇ ଥିଲେ। ଶିକ୍ଷକ ବିଜୟ କୁମାର ବରାଳ, ଅଜିତ କୁମାର ରାଉତ, ରବିନାରାୟଣ ବେହେରା, ଶିକ୍ଷୟିତ୍ରୀ ହିରଣ୍ମୟୀ ପଣ୍ଡା, ସର୍ମିଷ୍ଠା ବେହେରା ସହଯୋଗ କରିଥିଲେ। ଶିକ୍ଷକ ରବିନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ମାନେ ଯୋଗ ଅଭ୍ୟାସ କରିଥିଲେ।