ମୁକ ବଧିର ପୁଅର ନିଖୋଜ ହେବାର ବିତିଲାଣି 3 ମାସ | ପୁଅ ର ଫେରିବା ବାଟକୁ ଅପେକ୍ଷା କରିଛନ୍ତି ବାପା ମା |

ରାଜଗାଙ୍ଗପୁର,୨୮/୦୪(ମନୋଜ ଭୋଳ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ସ୍ଥିତ ଜାମପାଲି ଗ୍ରାମରେ ନିଜର 12 ବର୍ଷର ମୁକ ବଧିର ପୁଅ ର ନିଖୋଜ ହେବା ପରେ ନିଜ ପୁଅ ର ଫେରିବା ବାଟ କୁ ଚାହିଁ ବସିଛନ୍ତି ବାପା ଓ ମା | ହେଲେ ପୁଅ ର ନିଖୋଜ ହେବାର 3 ମାସ ବିତି ଯାଇଥିଲେ ମଧ୍ୟ ଏ ଯାଏ ନା ପୁଅ ର ମିଳିଛି ଖୋଜ ଖବର ନା ତାର କୌଣସି ଠିକଣା | ପୁଅ ର ଅପେକ୍ଷା ବାଟ କୁ ଚାହିଁ ଆଖିରୁ ଲୁହ ଝରାଉଛନ୍ତି ବାପା ,ମା ଓ ପରିବାର ଲୋକ |

ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ସ୍ଥିତ ଜାମପାଲି ଗ୍ରାମରେ ଗତ ଫେବୁଆରୀ ମାସ 8 ତାରିଖ ଦିନ ରଞ୍ଜିତ କୁଜୁର ଓ ଙ୍କ 12 ବର୍ଷର ମୁକ ବଧିର ପୁତ୍ର ରାହୁଲ କୁଜୁର ସନ୍ଧ୍ୟା 4 ଟା ସମୟ ରେ ସାଇକେଲ ନେଇ ଘରୁ ଖେଳିବାକୁ ଯାଇ ଥିବା ବେଳେ ଘର କୁ ଫେରି ନଥିଲେ | ପରିବାର ଲୋକ ପୁଅ ଘରକୁ ଫେରିନଥିବାରୁ ନିଜର ଆଖ ପାଖ ପଡୋଶୀ ,ପୁଅ ର ସାଙ୍ଗ ସାଥି ଓ ବନ୍ଧୁ ବର୍ଗ ଘରେ ଖୋଜା ଖୋଜି କରିବା ପରେ ମଧ୍ୟ ପୁଅ ର କୌଣସି ପତା ମିଳି ନଥିଲା | ଫଳରେ ସେ ତା ପର ଦିନ ରାଜଗାଙ୍ଗପୁର ଥାନା ରେ ପୁଅ ର ନିଖୋଜ ନେଇ ଲିଖିତ ଜଣାଇଥିଲେ | ହେଲେ ପୁଅ ର ନିଖୋଜ ହେବାର 3 ମାସ ବିତିବାକୁ ବସିଲାଣି ହେଲେ ନା ପୁଅ ର କୌଣସି ମିଳିଛି ଠିକଣା ତା ର କୌଣସି ଖବର | ନିଜର 12 ବର୍ଷର ପୁଅ ର ଫେରିବା ବାଟ କୁ ଅନାଇ ବସିଛନ୍ତି ପରିବାର ଲୋକ |

ଆଖିରୁ ଝରୁଛି ଲୁହ | ମନରେ କେବଳ ଆଶା ପୁଅ କେବେ ଫେରିବ | ରାଜଗାଙ୍ଗପୁର ପୋଲିସ ଦୁଇ ତିନି ଜାଗା ମୁକ ବଧିର ପିଲାର ସନ୍ଧାନ ପାଇ ସେଠାକୁ ପରିବାର ଲୋକ ଙ୍କୁ ସାଙ୍ଗରେ ନେଇ ଯାଇଛି ହେଲେ ସବୁ ଜାଗାରୁ ନିରାଶ ହୋଇ ଫେରିଛନ୍ତି | 3 ମାସ ବିତିବାକୁ ବସିଲାଣି ରାହୁଲ ର ଫେରିବା ବାଟକୁ ଚାହିଁ ନିଜ ଆଖିରୁ ଲୁହ ଝରୁଛି ବାପା , ମା ଓ ପରିବାର ଲୋକ | ନିଜର କୋହ ଭରା ହୃଦୟ ର ବେଦନା ତାଙ୍କ ପରିବାର ଲୋକ ଙ୍କ ଆଖିରୁ ଝରୁଥିବା ଲୁହ ରୁ ସ୍ପଷ୍ଟ ବୁଝା ପଡୁଥିବା ବେଳେ ନିଜର ପୁଅ କୁ ଫେରି ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି |