ବାଲୁଗାଁ ତା ୧୩।୨।୨୦୨୨ – ଆଜି ବାଣପୁର ବାଲୁଗାଁ ରୌଟାରୀ କ୍ଳବ ପକ୍ଷରୁ ବାଣପୁର ବ୍ଳକର ଘଞ୍ଚ ବରବରା ଜଂଗଲ ମଧ୍ଯରେ ଥିବା ଆଦିବାସୀ ଗ୍ରାମ ମହୁଲିଆ, ଲଣ୍ଡୁରୁ, ସିବିଡା ରେ ବସବାସ କରୁଥିବା ପ୍ରାୟ ୮୦ ଟି ପରିବାରର ପିଲା ବଡ ମିଶାଇ ୨୫୦ ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ରନ୍ଧା ଖାଦ୍ଯ ଦେବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବସ୍ତ୍ର ଯଥା ଶାଢୀ, ଲୁଙ୍ଗି, ଧୋତି, ଗାମୁଛା ଏବଂ ପୋଷାକ ସହିତ ଷ୍ଟିଲ ବାସନ ଆଦି ବଣ୍ଟନ କରା ଯାଇଅଛି । ଏଥି ସହିତ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ର ଏବଂ ନିଳାଦ୍ରୀପ୍ରସାଦ ଉପ ସ୍ବାସ୍ଥ୍ଯ କେନ୍ଦ୍ର ସହାୟତାରେ ସେମାନଙ୍କର ସ୍ବାସ୍ଥ୍ଯ ଏବଂ ଚକ୍ଷୁ ପରୀକ୍ଷା କରାଯିବା ସହିତ ଆବଶ୍ଯକୀୟ ଔଷଧ ମଧ୍ଯ ବଣ୍ଟନ କରାଯାଇଅଛି । କ୍ଳବର ସଭାପତି ଗୋପାଳ ଚନ୍ଦ୍ର ନାୟକ, ସଂପାଦକ ସଚ୍ଚିଦାନନ୍ଦ ସେଠୀ, ପୂର୍ବତ୍ତନ ସଭାପତି ବିଜୟ କୁମାର ନନ୍ଦ, ପ୍ରବୀଣ କୁମାର ଜେନା, ପଦ୍ନନାଭ ମାଝି, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ ଓ ଅଶୋକ କୁମାର ପାତ୍ରଙ୍କ ସମେତ ସଭ୍ଯ ହିମାଂଶୁ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ,ସନ୍ତୋଷ କୁମାର ପାତ୍ର, ରବିନାରାୟଣ ପାଲ ଏବଂ କ୍ଳବର ପ୍ରଥମ ମହିଳା ଅଞ୍ଜନା ନାୟକଙ୍କ ସମେତ ବିସ୍ମିତା ପାତ୍ର ଓ ସ୍ବର୍ଣ୍ଣପ୍ରଭା ନାୟକ ପ୍ରମୂଖ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ସେହିପରି ସ୍ବାସ୍ଥ୍ଯ କେନ୍ଦ୍ର ପକ୍ଷରୁ ଡାକ୍ତର ପ୍ରଦୀପ୍ତ କୁମାର ନାୟକ, ସୁପରଭାଇଜର ରବିନାରାୟଣ ନାୟକ, ଚକ୍ଷୁ ଚିକିତ୍ସା ସହାୟକ ବିଜୟ କୁମାର ବେହେରା, ପୁରୁଷ ସ୍ବାସ୍ଥ୍ଯ କର୍ମୀ ସୁକାନ୍ତ ସବର ତଥା ଆଶା ଓ ଅଂଗନ ବାଡି କର୍ମୀ ସ୍ବାସ୍ଥ୍ଯ ଓ ଚକ୍ଷୁ ପରୀକ୍ଷାରେ ସହାୟତା କରିଥିଲେ ।