ଗୁଣପୁର ବନାଞ୍ଚଳ ପକ୍ଷରୁ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି ।

ଗୁଣୁପୁର,(ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ରାୟଗଡ ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ବିଦ୍ୟା ନିକେତନ ଆମ୍ବ ତୋଟା ଠାରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବନଖଣ୍ଡ ଅଧିକାରୀ ରାୟଗଡା ଶ୍ରୀ ବିଜୟ କୁମାର ପରିଡା , ସହ ବନଖଣ୍ଡ ଅଧିକାରୀ ରାୟଗଡା ଶ୍ରୀ ଅଶୋକ କୁମାର ପ୍ରଧାନ , ଗୁଣପୁର ବନପାଳ ଶ୍ରୀ ନୀଳମାଧବ ପାଢ଼ୀ , ଶ୍ରୀ ଗଙ୍ଗାଧର ମିଶ୍ର ଗୁଡାରୀ ବନପାଳ, ଶ୍ରୀ ନରେନ୍ଦ୍ର ଗମାଙ୍ଗ ରାମନଗୁଡ଼ା ବନପାଳ, ଶ୍ରୀ ମାଝୀ ମହାପାତ୍ର ପଦ୍ମପୁର ବନପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉପସ୍ଥିତ ଅତିଥି ମାନେ ବେଣ୍ଟ ଶିକାର ନ କରିବା , ଜଙ୍ଗଲ ର ସୁରକ୍ଷା କରିବା ଏବଂ ଜଙ୍ଗଲ ଆମ ଅମୂଲ୍ୟ ସମ୍ପଦ ଏହାକୁ ନିଆଁ ଲଗାଇ ନଷ୍ଟ କରିବା ନାହିଁ ଭଳି ବିଷୟ ନେଇ ଆଲୋକ ପାତ କରିଥିଲେ । ଗୁଣୁପୁର ବନାଞ୍ଚଳ ଅଧିନ ରେ ୩୦୯.୬୯୦୧୪୭୫ ସ୍କୁୟାର କିମି କ୍ଷେତ୍ରଫଳ ର ବନ ରହିଛି ଯେଉଁଥିରେ ସଂରକ୍ଷିତ ଜଙ୍ଗଲ ୨୩ ଗୋଟି , ସୁରକ୍ଷିତ ଜଙ୍ଗଲ ୨୬ ଗୋଟି , ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ୮ ଗୋଟି , ଗ୍ରାମ୍ୟ ଜଙ୍ଗଲ ୧୧ ଗୋଟି ଓ କମପେନସେଟାରୀ ବୃକ୍ଷ ରୋପଣ ୬ ଗୋଟି ରହିଅଛି ।

ଏହାର ସୁରକ୍ଷା ନିମନ୍ତେ କମ୍ ସଂଖ୍ୟା ରେ ବନପାଳ ଏବଂ ବନ ଅଧିକାରୀ ରହିଥିବା ଯୋଗୁଁ ଜନସାଧାରଣ ନିଜେ ସଚେତନ ହୋଇ ଏହାକୁ ସୁରକ୍ଷା କରିବା ନିମନ୍ତେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଗୁଣପୁର ବନାଞ୍ଚଳ ବିଭାଗ ପରିଚାଳିତ କରିଥିଲେ । ସମସ୍ତ ପ୍ରକାର କୋଭିଡ଼ ନିୟମ କୁ ମାନି କାର୍ଯ୍ୟକ୍ରମ କରିଥିବା ନେଇ ସାଧାରଣ ରେ ପ୍ରଶଂସା କରାଯାଇଛି ।