ଭୂଷଣ୍ଢପୁର:-୨୨/୧୨,(ବିନୁ ଦାସ୍) ମହିଳା ଙ୍କୁ ଅସଦାଚରଣ କରିବା , ତା’ସାଙ୍ଗକୁ ଦାଦାଗିରି ଦେଖାଇବା ଯୁବକଙ୍କୁ ମହଙ୍ଗା ପଡିଛି । ଠେଙ୍ଗା ମାଡରେ ଯୁବକ ର ଦାଦାଗିରି ନିଶା ଛଡାଇ ଦେଲେ ସମ୍ପୃକ୍ତ ମହିଳା ଏବଂ ତାଙ୍କର ଆତ୍ମୀୟ ସ୍ୱଜନ । ଘଟଣା ପ୍ରଘଟ ହେବା ପରେ ପୋଲିସ ପକ୍ଷରୁ କାର୍ଯ୍ୟ।ନୁଷ୍ଠାନ ଆରମ୍ଭ ହୋଇଛି। ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ସୁନ୍ଦରପୁର ଗ୍ରାମର । ଠେଙ୍ଗାରେ ମାଡ ମାରୁଥିବା ମହିଳା ଓ ତାଙ୍କର ଆତ୍ମୀୟ ମାନେ ହେଉଛନ୍ତି ସୁନ୍ଦରପୁର ଗ୍ରାମ ତଳସାହି ର ପ୍ରତିମା ପରିଡା ଏହି ରୁଷିଆ ପରିଡା ଓ ଦାସିଆ ପରିଡା । ଦାଦାଗିରି ଦେଖାଇ ମାଡ ଖାଉଥିବା ଯୁବକ ହେଉଛନ୍ତି ସେହି ଗ୍ରାମର ଲିପୁ ମହାରଣା ।
ଲିପୁ ମହାରଣା ଗାଁରେ ଦାଦାଗିରି ଦେଖାନ୍ତି , ମହିଳା ଙ୍କୁ ଅସଦାଚରଣ ମଧ୍ୟ କରନ୍ତି , ଏଭଳି ଆତଙ୍କ ଖେଳାନ୍ତି ଲିପୁ ମହାରଣା । ତାଙ୍କର ଏହି ଦାଦାଗିରି ଯେ ଦିନେ ମହଙ୍ଗା ପଡିବ ସେ କଥା ଲିପୁ ମହାରଣା ଙ୍କୁ ଜଣାନଥିଲା । ଗତକାଲି ଏଭଳି ଦାଦାଗିରି ଦେଖାଉ-ଦେଖାଉ , ଲିପୁ ମହାରଣା ଙ୍କୁ ଘେରି ଯାଇଥିଲେ ସମ୍ପୃକ୍ତ ମହିଳା ଏବଂ ତାଙ୍କର ଆତ୍ମୀୟ ମାନେ । ଠେଙ୍ଗାରେ ବୁହାଏ ଛେଚି ଦେଲେ , ଗାଁରେ ଦାଦାଗିରି ଦେଖାଉ ଥିବା ଲିପୁ ମହାରଣା ର ଦାଦାଗିରି ନିଶା ଛଡାଇ ଦେଲେ । ଭିଡିଓ ଭାଇରାଲ୍ ପରେ ଟାଙ୍ଗୀ ପୋଲିସ ଉଭୟ ପକ୍ଷଙ୍କୁ ଉଠାଇଆଣିଛି । ଟାଙ୍ଗୀ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି , ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ପ୍ରେସ ଵାର୍ତା ଯୋଗେ ସୂଚନା ଦେଇଛନ୍ତି ।