ସ୍ମାର୍ଟ କାର୍ଡ ବାଣ୍ଟିଲେ ବିଧାୟକ ଜିତୁ ମିତ୍ର ବିଧାୟକ ଚିଲିକାଙ୍କର ଆସନ୍ତା କାଲି କାଳୁପଡ଼ା ଗସ୍ତ

କାଳୁପଡ଼ା ଘାଟ:-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପାରି ପଂଚାୟତରେ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଧାୟକ ଜିତୁ ମିତ୍ରଙ୍କ ଦ୍ଵାରା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ସ୍ମାଟ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ରିସ୍ନା ମାନଧାତାଙ୍କ ସହିତ ବ୍ଲକ ଅଧକ୍ଷ ବିଜୟ କୁମାର ଜେନା, ସମିତିସଭ୍ୟ ଚକ୍ରଧର ମହାନ୍ତି ଓ ଯୋଗାଣ ସହାୟକ ପ୍ରମୋଦ କୁମାର ପ୍ରଧାନ ଉପସ୍ଥିତ ଥିବାବେଳେ ପଞ୍ଚାୟତର ଅନେକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।ସ୍ମାର୍ଟ କାର୍ଡ ବଣ୍ଟନ ପଞ୍ଚାୟତ ର ୧୦ ନମ୍ବର ୱାର୍ଡ ର ରାସନ କାର୍ଡ ଥିବା ମହିଳା ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା ।

ଏଥିରେ ନିର୍ବାଚନ ମଣ୍ଡଳୀ ର ୩୫୬୦୦ ଜଣ ମହିଳା ହିତାଧିକାରୀ ଏବଂ ତାଙ୍କ ପରିବାର ଉପକୃତ ହେବେବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଅପରପକ୍ଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ(ଗଣେଶ) ଆସନ୍ତା କାଲି ପୂର୍ବାହ୍ନ ଦଶ ଘଟିକା ସମୟରେ ଚିଲିକା ବ୍ଲକ ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳର କଳକଳେଶ୍ୱର,ଜରିପଡା ପଞ୍ଚାୟତ ଗସ୍ତ କରି ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯିବାକୁ ପ୍ରସ୍ତୁତି ସରିଛି।