ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) -ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ତହସିଲ ଅନ୍ତର୍ଗତ କୁମାର କେଲା ଋଷୁଟୋଲି ପାହାଡ଼ ଉପରେ ବହୁ ଦିନରୁ ବେଆଇନ ପଥର ଖଣି ଚାଲି ଆସୁଥିବା ବେଳେ ଏହି ପଥର ଖଣିକୁ ବନ୍ଦ କରିବାକୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି |ପ୍ରାପ୍ତ ସୂଚନା ଅନୁଯାୟୀ ଏଠାରେ ଥିବା ବେଆଇନ ପଥର ଖଣିରୁ ପଥର ଅଣାଯାଉଥିବା ସ୍ଥାନରୁ ମାତ୍ର ୫୦ ମିଟର ଦୂରତାରେ ୩ ଟି ପରିବାର ରହୁଥିବା ବେଳେ ଏହି ଖଣି ଠାରୁ ପ୍ରାୟ ଏକ କିଲୋମିଟର ଦୂରତା ରେ ପ୍ରାୟ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି |ହେଲେ ଦୁର୍ଭାଗ୍ୟର ବିଷୟ ଏହାକି ଖଣି ମାଲିକ ମାନେ ଏଠାରେ ଖଣିରୁ ପଥର ବାହାର କରିବା ପାଇଁ ଏଠାରେ ବ୍ଲାଷ୍ଟିଙ୍ଗ କରୁଥିବା ବେଳେ ଏଠାରେ ବସବାସ କରୁଥିବା ଲୋକ ମାନଙ୍କ ଘର ଗୁଡିକର କାନ୍ଥ ଫାଟି ପଡୁଥିବା ବେଳେ ଏଠାରେ ଲୋକମାନେ ଭୟଭିତ ରହୁଥିବା ଦେଖିବାକୁ ମିଳୁଛି |
ପଥର ଗାଡିଓ ଟ୍ରକ ଗୁଡିକ ଗ୍ରାମ ମଧ୍ୟକୁ ଦେଇ ଯାଉଥିବା ବେଳେ ଗ୍ରାମରେ ଛୋଟ ପିଲା ଓ ସ୍କୁଲ ପିଲାଙ୍କ ପାଇଁ ଦୁର୍ଘଟଣାର ବିପଦ ରହୁଛି | ପଥର ଗୁଣ୍ଡ ଓ ପଥର ଚାଷ ଜମିରେ ପଡୁଥିବା ବେଳେ ଚାଷ ଜମି ଗୁଡିକ ନଷ୍ଟ ହେଉଛି | ଯାହା ଫଳରେ ଚାଷ ଜମି ପ୍ରଭାଭିତ ହେଉଛି | ଏ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ନିକଟର ଅଭିଯୋଗ କଲେ ମଧ୍ୟ ସମସ୍ତେ ଏଠାରେ ନିରବ ଦ୍ରଷ୍ଟା ସାଜିଛନ୍ତି | ଏଣୁ ବାଧ୍ୟ ହୋଇ ଗ୍ରାମମବାସୀ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି | ଏ ନେଇ ଆମ ପ୍ରତିନିଧି ରାଜଗାଙ୍ଗପୁର ତହସିଲ ଦାରଙ୍କୁ ଏ ବିଷୟରେ ପଚାରିବାରୁ ସେ ଖାମ୍ ଖିଆଲି ଭାବେ ଉତ୍ତର ଦେଇଥିଲେ | ସେ କହିଥିଲେ ମୋ ପାଖକୁ କୋଣସି ଅଭିଯୋଗ ସିଧା ସଳଖ ଆସିନାହିଁ |ଅଭିଯୋଗ ଆସିଲେ ବିଚାର କରାଯିବ |ଏମିତି ସମସ୍ତେ ଅଭିଯୋଗ କରନ୍ତି | ଅଭିଯୋଗ କୁ ଦେଖିଲେ ସରକାର ରାଜସ୍ୱ କେଉଁଠି ପାଇବେ ସରକାର ବୋଲି କହିଛନ୍ତି |