ରାୟଗଡା ସଖୀ ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଡମ୍ବସରା ମହାବିଦ୍ୟାଳୟ ଠାରେ ବାଲ୍ୟ ବିବାହ ସଚେତନତା ଶିବିର ଅନୁଷ୍ଠିତ

ରାୟଗଡା, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ରାୟଗଡାଜିଲ୍ଲା ସଖି ଆନୁକୂଲ୍ୟରେ ଭୁବନେଶ୍ଵର ର ଯୁବ ଜ୍ୟୋତି ଯୁବକ ସଙ୍ଘ ର ସହ ଭାଗିତାରେ ଗତକାଲି ଡ଼ମ୍ବସରା ଯୁକ୍ତ ୨ ମହାବିଦ୍ୟାଳୟ ରେ ମହିଳା ସଶକ୍ତିକରଣ ଓ ନିର୍ଯ୍ୟାତିତ ମହିଳା ମାନଙ୍କ ସହାୟତା କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଛି ।ରାୟଗଡା ଜିଲ୍ଲା ର ବାଲ୍ୟବିବାହ ନିଷେଧ ଜିଲ୍ଲା ପରାମର୍ଶ ଦାତା ଶ୍ରୀ ରତ୍ନେଶ୍ୱର ସାହୁ ବାଲ୍ୟବିବାହ ର ସମସ୍ୟା ଓ ସଚେତନତା ଉପରେ ଆଲୋକପାତ କରିଥିବା ବେଳେ ରାୟଗଡା ଜିଲ୍ଲା ସଖୀ ୱାନ୍ ଷ୍ଟପ୍ ସେଣ୍ଟର ର ଆଇନ ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ଦାଶ ଆଇନଗତ ସୁରକ୍ଷା ଓ ଅଧିକାର ଉପରେ ଟିପ୍ପଣୀ ରଖିଥିଲେ।

ରାୟଗଡା ସଖୀ ଅନୁଷ୍ଠାନର ଆଡ୍ମିନ ଶ୍ରୀମତୀ ଗୀତାରାଣୀ ମିଶ୍ର , ଶ୍ରୀମତୀ ଅର୍ଣ୍ଣପୁର୍ଣ୍ଣା ମଲ୍ଲିକ , ସମାଜସେବୀ କୁମାରୀ ରାଜେଶ୍ଵରୀ ଦଳେଇ , ଶ୍ରୀମତୀ କେତକୀ ହିମିରିକା , ସାମାଜିକକର୍ମୀ କୁମାରୀ ଦେବକୀ ମେଲକା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତିରେ ବାଳିକା ମାନଙ୍କ ସୁରକ୍ଷା ସମ୍ବନ୍ଧରେ ମୂଲ୍ୟବାନ ମତ ଉପସ୍ଥାପନା କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଶିକ୍ଷା ଓ ବାଳିକା ଶିକ୍ଷାର୍ଥୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ହୋତା ପରିଚାଳନା କରିଥିଲେ।