ରାଜଗାଙ୍ଗପୁର,(ମନୋଜ ଭୋଳ) :- ମା ନିଜର ସବୁ କଷ୍ଟକୁ ଭୁଲି ନିଜର ସନ୍ତାନର ଭବିଷ୍ୟତ ଓ ସନ୍ତାନକୁ ସ୍ନେହ ଓ ଶ୍ରଦ୍ଧାରେ ବଡ଼ କରିଥାଏ |ମଣିଷ ହେଉ ବା ପଶୁ ପକ୍ଷୀ ହେଉ ସମସ୍ତଙ୍କ ଠାରେ ଏହା ଦେଖିବାକୁ ମିଳିଥାଏ |ହେଲେ ଆଜି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ମା ର ସ୍ନେହ ଓ ଶ୍ରଦ୍ଧାର ଏକ ଦୃଶ୍ୟ ଦେଖିବାକୁ ମିଳିଛି |ଆଜି ରାଜଗାଙ୍ଗପୁର ସହରର ଷ୍ଟେସନ ପଡା ରେ ଗୋଟିଏ ବୁଲା କୁକୁର ଛେଳି ଛୁଆ ମାନଙ୍କୁ କ୍ଷୀର ଖୁଆଉ ଥିବା ଦେଖିବାକୁ ମିଳିଛି |ଏମିତିକି କୁକୁର ଟି ଛେଳି ଛୁଆ ମାନଙ୍କୁ ନିଜର ଛୁଆ ପରି ଆଦର କରୁଥିବା ବେଳେ ଛେଳି ଛୁଆ ମାନେ ନିର୍ଭୟ ରେ ମା କୁକୁର ଠାରୁ କ୍ଷୀର ଖାଉଛନ୍ତି |ଯେଉଁଠି ଆମ ମଣିଷ ସମାଜ ରେ ଛୁଆ ଙ୍କୁ ନେଇ ପାତର ଅନ୍ତର କରାଯାଉଥିବା ବେଳେ କୁକୁର ଟି ଛେଳି ଛୁଆ ମାନଙ୍କୁ ନିଜ ଛୁଆ ପରି କ୍ଷୀର ଖୁଆଉଥିବା ଦୃଶ୍ୟ ଏ ମଣିଷ ସମାଜ ପାଇଁ ଏକ ଉଦାହରଣ ସାଜିଛି |