ବାଣପୁର, ୨୩/୧୧:-ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧିନସ୍ଥ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମ ଏବଂ ଜଂଗଲରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନକଲି ମଦ କାରଖାନା ଉପରେ ମିଳିତ ଚଢ଼ାଉ କରାଯାଇଛି । ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିଲା । ଚଢାଉ ସମୟରେ ୬୩ ଟି ଡ୍ରମ / ଜାରକିନ୍ ରୁ ମୋଟ ୪ ହଜାର ୮ ଶହ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୩୭୦ ଲିଟର ଦେଶୀ ମଦ ଜବତ କରିବା ପରେ ସେସବୁ କୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ନଷ୍ଟ କରି ଦିଆଯାଇଛି ।
ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ , ବାଣପୁର ପୋଲିସ ଏବଂ ପୋଲିସ ଫୋର୍ସ ଏହି ଅପରେସନ ରେ ସାମିଲ ହୋଇଥିଲେ । ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ପୋଲିସ ଓ ଅବକାରୀ ବିଭାଗ ଫେଲ୍ ମାରିଛନ୍ତି ।। ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।