ଚିଲିକା ରେ ବାଘାଡି (ଫିସିଙ୍ଗ କ୍ୟାଟ) ର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ଟାଙ୍ଗୀ:-୧୭/୧୧(ବିନୁ ଦାସ୍):-ଚିଲିକାର ରେ ଫିସିଙ୍ଗ୍ କ୍ୟାଟ୍ ର ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଚିଲିକା ରେ ଥିବା ନଳବଣରେ ବାଘାଡି ନାମକ ଜୀବ ଦେଖିବାକୁ ମିଳୁଛି , ଯାହାକୁ ଚିଲିକା କୂଳିଆ ଗାଁର ଲୋକମାନେ ବାଘାଡି ( ଫିସିଙ୍ଗ୍ କ୍ୟାଟ୍ ) ବୋଲି କୁହନ୍ତି । ଏମାନେ କେବଳ ମାଛ ଖାଇ ବଞ୍ଚି ଥାନ୍ତି । ଏହି ଜୀବ ବହୁତ କମ ସଂଖ୍ୟାରେ ଦେଖାଯାଏ । ପଶ୍ଚିମବଙ୍ଗ ର ଏକ ରିସର୍ଚ୍ଚ ଟିମ ଏହାକୁ ୨୦୧୭ ମସିହାରୁ ଏହା ଉପରେ ସର୍ଭେ କରି ସି ସି ଫୁଟେଜ କ୍ୟାମେରା ରେ ଏମାନଙ୍କ ଫଟୋ ଭିଡିଓ ଉତ୍ତୋଳନ କରି ରିସର୍ଚ୍ଚ କରୁଛନ୍ତି ।ସେମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି।ପଶ୍ଚିମବଙ୍ଗର ପାର୍ଥ ଦେଵ ଦ ଫିସିଙ୍ଗ କ୍ୟାଟ ପ୍ରୋଜେକ୍ଟ ମାଧ୍ୟମରେ ଏବେ ସେମାନଙ୍କ ସୁରକ୍ଷା ପାଇଁ ଏକ ମଟରସାଇକେଲ ଶୋଭାଯାତ୍ରା ଭୂଷଣ୍ଡପୁର,ସୋରଣ ଏବଂ ବ୍ରହ୍ମଗିରି ଠାରୁ ବାହାରି ଫ୍ଲାଗ କାର୍ଡ ଧରି ଟାଙ୍ଗୀ ବନ୍ୟପ୍ରାଣୀ ଅଫିସ ପ୍ରାଙ୍ଗଣରେ ପହଞ୍ଚି ଥିଲେ।ପରେ ସଚେତନ ସଭା ଆୟୋଜନ ହୋଇଥିଲା ।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ଏସିଏଫ ମିହିର କୁମାର ଜେନା, ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଚୂଡ଼ାମଣି ମୁର୍ମୁ, ଏହି ବାଘାଡି ଙ୍କ ଉପରେ ରିସର୍ଚ୍ଚ କରୁଥିବା ରିସର୍ଚ୍ଚ ପର୍ସନ ପ୍ରମୁଖ ସମ୍ୟକ ସୂଚନା ଦେଇଥିଲେ । ବାଘାଡି ଏକ ଆଦ୍ରଭୂମି ପ୍ରାଣୀ । ଆଗାମୀ ଦିନରେ ପକ୍ଷୀ ଦେଖିବା ପାଇଁ ଯେପରି ପର୍ଯ୍ୟଟକ ଆସୁଛନ୍ତି ସେପରି ବାଘାଡି ଦେଖିବାକୁ ମଧ୍ୟ ପର୍ଯ୍ୟଟକ ଭିଡ଼ ଜମିବ ବୋଲି ଗବେଷକ ତଥା ରିସର୍ଚ୍ଚ ପର୍ସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ କୁହାଯାଇଛି ।ସିଡିଏ ଅଧିକାରୀ ମିହିର ଜେନା କହିଥିଲେ କି ଯେଉଁଭଳି ଭାବରେ ଆମେ ଓଧ, ଡ଼ଲଫିନ ଏବଂ ବାଘାଡି ଏହି ତିନି ପ୍ରଜାତିର ଜୀବ ଯେଉଁଠି ମାଛ ରୁହନ୍ତି ସେଠାରେ ସେମାନେ ବସବାସ କରନ୍ତି।ତେଣୁ ଏବେ ସମୟ ଆସିଛି ସେଗୁଡିକ ସୁରକ୍ଷିତ ରଖିବା ଆବଶ୍ୟକ।ଅପର ପକ୍ଷରେ ଦ ଫିସିଙ୍ଗ କ୍ୟାଟ ପ୍ରୋଜେକ୍ଟ ର ମୁଖ୍ୟ ପାର୍ଥ ଦେଵ କହିଥିଲେ କି ବର୍ତ୍ତମାନ ବାଘାଡି ମାନଙ୍କ ସଂଖ୍ୟା ମାତ୍ର ଶହେ ଭିତରେ ସୀମିତ ରହିଛି ଯାହାକି ଅଧିକ ଚିଲିକା ନଳବଣ ସେମାନଙ୍କ ବାସସ୍ଥାନ ପାଇଁ ଉକୃଷ୍ଟ ସ୍ଥାନ କିନ୍ତୁ ବର୍ତ୍ତମାନ ଖରାଦିନ ହେଲେ ନଳବଣରେ ନିଆଁ ଲଗେଇ ଧ୍ୱଂସ କରୁଛନ୍ତି ।

ଯାହାଫଳରେ ଅଧିକାଂଶ ବାଘାଡି ମୃତ୍ୟୁ ବରଣ କରୁଛନ୍ତି।କିନ୍ତୁ ସଭା ମଧ୍ୟରେ ବରିଷ୍ଠ ଡାକ୍ତର ମଧୁସୂଦନ ସେନାପତି କହିଥିଲେ କି ବର୍ତ୍ତମାନ ଚିଲିକା ନଲବଣ ରେ ପୋତି ହୋଇଗଲାଣି ଯାହାଫଳରେ ଚିଲିକା ହ୍ରଦ କୁ ମତ୍ସ୍ୟଜୀବୀ ଟିଏ ଡ଼ଙ୍ଗା ନେଇଯିବା କଷ୍ଟକର ଯାହାଫଳରେ ଚିଲିକା ଆଜି ତାର ସୌନ୍ଦର୍ଯ୍ୟ ହରାଉଛି।ଏଥିପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ।ନହେଲେ ସମଗ୍ର ଚିଲିକା ନଲବଣ ରେ ଆଚ୍ଛାଦିତ ହୋଇ ସୌନ୍ଦର୍ଯ୍ୟ ହରାଇବା ସହ ମତ୍ସ୍ୟଜୀବୀ ମାନେ ପରମ୍ପରା ବୃତ୍ତି କୁ ହରେଇ ଦାଦନ ଖଟିବାକୁ ବାଧ୍ୟ ହେବେ।ଏସବୁ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।