କଲ୍ୟାଣ ମଣ୍ଡପ , ପଞ୍ଚାୟତ ଗୃହ ଓ ଦୃଷ୍ଟି କେନ୍ଦ୍ର ଉଦଘାଟିତ

ଟାଙ୍ଗୀ:-୧୨/୧୧(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ହେଡ୍-କ୍ୱାଟରର ଟାଙ୍ଗୀ ପଞ୍ଚାୟତ ର ନୂତନ ଗୃହ , ଟାଙ୍ଗୀ ମେଡିକାଲ ରେ ସ୍ଥାୟୀ ଦୃଷ୍ଟି କେନ୍ଦ୍ର ଓ ଟାଙ୍ଗୀ ରତ୍ନମାଳୀ ମନ୍ଦିର ନିକଟରେ ଥିବା କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଯାଇଛି । ରାଜ୍ୟ ସଭା ସାଂସଦ ମୁନା ଖାଁ , ବିଧାୟକ ଜିତୁ ମିତ୍ର , ଟାଙ୍ଗୀ ବ୍ଲକ ଚେୟାରମ୍ୟାନ ବିଜୟ କୁମାର ଜେନା , ଟାଙ୍ଗୀ ପଞ୍ଚାୟତ ର ସରପଞ୍ଚ ସୁପ୍ରଭା ମହାପାତ୍ର , ସମିତି ସଭ୍ୟ ସାନ୍ତନୁ ପ୍ରଧାନ , ଜିଲ୍ଲା ପରିଷଦ ସ୍ୱଦେଶ ରାଉତରାୟ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର , ଯୁବନେତା ବସନ୍ତ କୁମାର ସାହୁ , କିଶୋର କୁମାର ବେହେରା , ବିଜୟ ମହାପାତ୍ର ପ୍ରମୁଖ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଟାଙ୍ଗୀ ସରପଞ୍ଚ ସୁପ୍ରଭା ମହାପାତ୍ର ଙ୍କ ସୂଚନା ମୁତାବକ ୧୮ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି କଲ୍ୟାଣ ମଣ୍ଡପ ଏବଂ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି ଟାଙ୍ଗୀ ପଞ୍ଚାୟତ ର ନୂତନ ଗୃହ । ଟାଙ୍ଗୀ ରେ ଏକ କଲ୍ୟାଣ ମଣ୍ଡପ ଏବଂ ପଞ୍ଚାୟତ ର ନୂତନ ଗୃହ ନିର୍ମାଣ ପାଇଁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା , ଆଜି ତାହା ସଫଳ ହୋଇଛି ବୋଲି ଟାଙ୍ଗୀ ସରପଞ୍ଚ ସୁପ୍ରଭା ମହାପାତ୍ର କହିଛନ୍ତି । ଅଞ୍ଚଳବାସୀ ଙ୍କ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା ।