ଡାଲମିଆ ସିମେଣ୍ଟ ତରଫରୁ ଛାତ୍ର ଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ବିତରଣ

ରାଜଗାଙ୍ଗପୁର, ( ମନୋଜ ଭୋଳ ଙ୍କ ରିପୋର୍ଟ) ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁର ର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ (ଟେଷ୍ଟ ପେପର) ବିତରଣ କରାଯାଉଅଛି l ଏହି କ୍ରମରେ ଆଗାମୀ ଦିନରେ ୬୦୦ ଛାତ୍ର ଛାତ୍ରୀମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରିବା ପାଇଁ କମ୍ପାନୀ ଲକ୍ଷ ରଖିଛି l ବିଗତ ଦୁଇ ବର୍ଷ ଧରି କରାଳ କୋରନl ମହାମାରୀ ହେତୁ ସ୍କୁଲ ବନ୍ଦ ରହି ଅନଲାଇନ ପାଠ୍ୟକ୍ରମ ପ୍ରଚଳନ ଯୋଗୁ ପିଲାମାନଙ୍କର ଶିକ୍ଷାରେ ଅନେକ ବାଧା ସୃଷ୍ଟି ହେଉଥିଲା l ଏହାକୁ ଧ୍ୟାନରେ ରଖି ଡାଲମିଆ ସିମେଣ୍ଟ ତରଫରୁ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନଙ୍କୁ ସହଯୋଗ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଅଛି l ଏହି ଅବସରରେ ଗତ କlଲି ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ କେଶରାମlଲ ବାଳକ ଓ ବାଳିକା ଉଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରିଥିଲେ l

ଶ୍ରୀଯୁକ୍ତ ଶ୍ରୀବାସ୍ତବ ଆଗାମୀ ଦିନରେ ହେବାକୁଥିବା ଦଶମ ଶ୍ରେଣୀ ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ l ସେ ଛାତ୍ର ଛାତ୍ରୀମାନଙ୍କୁ ଖେଳ କୁଦ ଓ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ପଚାରିଥିଲେ ଏବଂ ପିଲାମାନଙ୍କର ସଠିକ ଉତର ପାଇ ଅlନନ୍ଦିତ ହୋଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପ୍ରସଂଶା କରିଥିଲେ l ଏହି କାର୍ଯ୍ୟକ୍ରମରେ କେଶରାମlଲ ବାଳକ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲିଲିତ ପ୍ରଭା କୁଲ୍ଲୁ ଏବଂ କେଶରାମlଲ ବାଳିକା ଉଚ ବିଦ୍ୟାଳୟ ଅଲଣ୍ଡାର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅlଲଫ୍ରିଡ କେରକେଟl ,ଅଲଣ୍ଡା ସରପଞ୍ଚ ଶ୍ରୀମତୀ ଆଶ୍ରିତl ମlଝି, ସମିତି ମେମ୍ବର ସୁନିତା ମନଗର,ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ କଲ୍ୟାଣ ଟପ୍ପୋ ଯୋଗ ଦେଇଥିଲେ l ସିଏସଆର ବିଭାଗର ଶିବ ନାରାୟଣ ପରିଜା ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଏବଂ ରାଣୀବନ୍ଧ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱରାଜ ରାଉତରାୟ ସଭା ପରିଚାଳନା କରିଥିଲେ l କମ୍ପାନୀର ଏତାଦୃଶ କାମପାଇଁ ଅଭିଭାବକ ଏବଂ ସଂପୃକ୍ତ ସରପଞ୍ଚ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l