ଟାଙ୍ଗୀ : ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଟାଙ୍ଗୀ:-୦୭/୧୦(ବିନୁ ଦାସ୍)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅଧିକାରୀ କାର୍ଯାଳୟ ପରିସରରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅଫିସ ପରିସରରେ ରେଞ୍ଜର ଚୂଡ଼ାରାଣୀ ମୁର୍ମୁ ବିଭିନ୍ନ ଗ୍ରାମର ଅଧିବାସୀ ଏବଂ ବିଶେଷ କରି ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ଆଜିର ବନ୍ୟାଞ୍ଚଳ ସପ୍ତାହ ପାଳନ ଅବସରରେ ଆଲୋକପାତ କରିଥିଲେ । ଆଗାମୀ ଭବିଷ୍ୟତ ଏକ ସୁନ୍ଦର ସୁସ୍ଥ ଜୀବନ ବଞ୍ଚିବାପାଈଁ ହେଲେ ଆମକୁ ଜଙ୍ଗଲର ସୁରକ୍ଷା, ପ୍ରଦୂଷିତ ପରିବେଶ କୁ ନୂତନ ଜଙ୍ଗଲ ସୃଷ୍ଟି କରି ସବୁଜ ଜଙ୍ଗଲ ସହ ଲୁପ୍ତ ପାଇଯାଉଥିବା ଜଙ୍ଗଲୀ ଜୀବଜନ୍ତୁ ଙ୍କର ସୁରକ୍ଷା ବ୍ୟବସ୍ଥାକୁ ସଦୃଢ଼ କରିବାକୁ ପଡିବ।

ଅଧିକାରିଣୀ ମୁର୍ମୁ କହିଥିଲେ କି ଆଗାମୀ ଦିନରେ ଯଦି ଆମେ ଏହିଭଳି ଅନେକ ପଦକ୍ଷେପ ନେଇ ଜଙ୍ଗଲ ସୁରକ୍ଷା କିମ୍ବା ଚିଲିକା ହ୍ରଦକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ନଦେବା ତ ଏମାନେ ତ ଲୁପ୍ତ ହେବେ ଏବଂ ଏହା ସହ ଏ ମାନବ ସମାଜ ମଧ୍ୟ ଲୁପ୍ତ ହୋଇଯାଇପାରେ।ତେଣୁ ସମସ୍ତ ଜନସାଧାରଣ ଏଥିପ୍ରତି ଧ୍ୟାନଦେଇ ଏହିଭଳି ପରିବେଶ ସୁରକ୍ଷା କରିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ।